ଆଜିଠୁ ଭିତରକନିକା ବନ୍ଦ
ଭୁବନେଶ୍ୱର : ବଉଳା କୁମ୍ଭୀରଙ୍କ ପ୍ରଜନନ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ସୋମବାର ଠାରୁ ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିଛି। ଏହା ଜୁଲାଇ ମାସ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। କୁମ୍ଭୀରମାନେ ପ୍ରଜନନ ସମୟରେ ଅଧିକ ହିଂସ୍ର ହୋଇ ଉଠୁଥିବାରୁ ପର୍ଯ୍ୟଟକମାନଙ୍କ ଆଗମନ ଉପରେ କଟକଣା ଜରି କରାଯାଇଛି । ଏହି ସମୟରେ ମା’ କୁମ୍ଭୀରମାନେ ମଧ୍ୟ ଅଣ୍ତାଦାନ କରିଥାନ୍ତି । ସେମାନଙ୍କର ପ୍ରଜନନ ପକ୍ରିୟା ଠାରୁ ଆରମ୍ଭ କରି ଅଣ୍ତାଦାନ ପର୍ଯ୍ୟନ୍ତ କୁମ୍ଭୀର ହିଂସ୍ର ହୋଇଥାନ୍ତି । ସେମାନଙ୍କ ପ୍ରକ୍ରିୟାରେ ବାଧା ଦେଖାଦେଲେ ସେମାନେ ଆକ୍ରମଣ କରିବାକୁ ପଛାଇ ନଥାନ୍ତି। ତେଣୁ ପର୍ଯ୍ୟଟକମାନଙ୍କ ଭିତରକନିକା ଭ୍ରମଣ ଓ ପ୍ରବେଶକୁ ବନ୍ଦ ରଖାଯାଇଛି।
ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
Powered by Froala Editor