ରାଜ୍ୟରେ ୧୧୬୨୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ ଆଉ ୧୧୬୨୩ କରୋନା ଆକ୍ରାନ୍ତ ଚିହ୍ନିଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୫୦୯ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୫୧୧୪ ଜଣ ଆକ୍ରାନ୍ତ ହୋଇଛନ୍ତି । ଫଳରେ ରାଜ୍ୟର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୨୬ ହଜାର ୩ରେ ପହଁଚିଛି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୮୨୩, ବାଲେଶ୍ୱରରେ ୫୦୮, ବରଗଡ଼ରେ ୨୫୭, ଭଦ୍ରକରେ ୪୬୧, ବଲାଙ୍ଗୀରରେ ୧୭୦, ବୌଦ୍ଧରେ ୨୦୬, କଟକରେ ୯୯୮, ଦେବଗଡ଼ରେ ୮୬, ଢେଙ୍କାନାଳରେ ୪୪୧, ଗଜପତିରେ ୭୬, ଗଞ୍ଜାମରେ ୧୫୮, ଜଗତସିଂହପୁରରେ ୩୧୫, ଯାଜପୁରରେ ୫୬୦, ଝାରସୁଗୁଡ଼ାରେ ୧୮୪, କଳାହାଣ୍ଡିରେ ୩୫୨, କନ୍ଧମାଳରେ ୧୪୧, କେନ୍ଦ୍ରାପଡ଼ାରେ ୧୯୮, କେନ୍ଦୁଝରରେ ୧୩୩, ଖୋର୍ଦ୍ଧାରେ ୨୦୨୧, କୋରାପୁଟରେ ୨୧୮, ମାଲକାନାଗିରିରେ ୭୩, ମୟୂରଭଞ୍ଜରେ ୨୪୯, ନବରଙ୍ଗପୁରରେ ୩୦୦, ନୟାଗଡରେ ୩୧୬, ନୂଆପଡ଼ାରେ ୫୪, ରାୟଗଡ଼ାରେ ୨୨୩, ସମ୍ବଲପୁରରେ ୩୪୨, ସୋନପୁରରେ ୨୬୧, ସୁନ୍ଦରଗଡ଼ରେ ୬୯୯ ଓ ରାଜ୍ୟ ପୁଲରେ ୩୩୮ ଜଣ ଆକ୍ରାନ୍ତ ହୋଇଛନ୍ତି ।
Powered by Froala Editor