୨୦୨୪ରେ ନିର୍ବାଚନ ଲଢ଼ିବେ ବାଇଡେନ-ହାରିସ୍
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଉପରାଷ୍ଟ୍ରପତି କମଳା ହାରିସ ୨୦୨୪ରେ ପୁନର୍ବାର ନିର୍ବାଚନ ଲଢ଼ିବେ। ଜୋ ବାଇଡେନ୍ ଆଜି ଏନେଇ ଏକ ଭିଡିଓ ଜାରି କରି ଏହି ଘୋଷଣା କରିଛନ୍ତି। ୮୦ ବର୍ଷୀୟ ରାଷ୍ଟ୍ରପତି ବାଇଡେନ ତାଙ୍କୁ ଆଉ ଗୋଟିଏ ଥର ସୁଯୋଗ ଦେବାପାଇଁ ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି।
ବାଇଡେନ କହିଛନ୍ତି, ତାଙ୍କ ବୟସ ତାଙ୍କ ଶାସନ କରିବା କ୍ଷମତାରେ କିଛି ବାଧା ଦେବନି। ତେଣୁ ତାଙ୍କୁ ଆଉ ଗୋଟିଏ ଥର ସୁଯୋଗ ମିଳୁ। ବାଇଡେନ କହିଛନ୍ତି, ଆସନ୍ତାବର୍ଷର ନିର୍ବାଚନ ଲଢ଼େଇ ‘ରିପବ୍ଲିକାନ୍ ଉଗ୍ରବାଦ ବିରୋଧରେ ଲଢ଼େଇ’ ହେବ। ବାଇଡେନ କହିଛନ୍ତି, ତାଙ୍କ ପ୍ରତିଶ୍ରୁତି ସମ୍ପୂର୍ଣ୍ଣ ଭାବେ ପୂରଣ କରିବାପାଇଁ ତାଙ୍କୁ ଆହୁରି ଅଧିକ ସମୟ ଦରକାର। ବାଇଡେନ କହିଛନ୍ତି, ୪ ବର୍ଷ ପୂର୍ବେ ମୁଁ କହିଥିଲି ଯେ ଆମେ ଆମେରିକାର ଆତ୍ମା ପାଇଁ ଲଢ଼ୁଛେ ଏବଂ ଏବେ ମଧ୍ୟ ଆମେ ସେହି ସମାନ କାରଣ ପାଇଁ ଲଢ଼ୁଛେ। ଆମେରିକା ଉପରାଷ୍ଟ୍ରପତି କମଳା ହାରିସ ମଧ୍ୟ ଏହି ସମାନ ଭିଡିଓ ପୋଷ୍ଟ୍ କରିଛନ୍ତି ଏବଂ ପୁନଃନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।
Powered by Froala Editor