ହେଲିକପ୍ଟର ପଙ୍ଖାରେ କଟି ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁ
କେଦାରନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଉତ୍ତରାଖଣ୍ଡରେ ବଡ଼ ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଚଳନ୍ତା ହେଲିକପ୍ଟର ବାହାରେ ସେଲଫି ନେବା ବେଳେ ଉତ୍ତରାଖଣ୍ଡର ଜଣେ ପ୍ରଶାସନିକ ଅଧିକାରୀଙ୍କ ମୃତ୍ୟୁର କାରଣ ହୋଇଛି। ସେ ହେଲିକପ୍ଟରର ବ୍ଲେଡ୍ରେ ମାଡ଼ ହେବା ପରେ ତଳେ ପଡ଼ି ପ୍ରାଣ ହରାଇଛନ୍ତି। ମୃତକ ଜଣକ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣର ଆର୍ଥିକ ନିୟନ୍ତ୍ରକ ଜିତେନ୍ଦ୍ର କୁମାର ସାଇନି ବୋଲି ଜଣାପଡ଼ିଛି।
ସୂଚନାନୁସାରେ, କେଦାରନାଥ ଧାମରେ ଥିବା ହେଲିପ୍ୟାଡରେ ହେଲିକପ୍ଟର ଅବତରଣ କରିବା ସମୟରେ ଜିତେନ୍ଦ୍ର ସାଇନି ହେଲିକପ୍ଟର ନିକଟକୁ ସେଲଫି ନେବାକୁ ଯାଇଥିଲେ। ଏହି ସମୟରେ ହେଲିକପ୍ଟରର ପଛପଟେ ଲାଗିଥିବା ପଙ୍ଖାରେ ତାଙ୍କର ବେକ କଟି ଯାଇଥିଲା। ହେଲିପ୍ୟାଡରେ ଦୁର୍ଘଟଣା ସମୟରେ ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳର ସିଇଓ ମଧ୍ୟ ଉପସ୍ଥିତ ଥିଲେ ବୋଲି କୁହାଯାଉଛି। କେଦାରନାଥ ଯାତ୍ରା ଏପ୍ରିଲ ୨୫ରୁ ଆରମ୍ଭ ହେବାକୁ ଥିବା ବେଳେ ପୂର୍ବରୁ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଦୁଃଖ ଦେଇଛି।
Powered by Froala Editor