କଳଦୀ ଗଛ ମୂଳରେ କିଏ ରଖିଥିଲା ପୁଳା ପୁଳା ୫୦୦ ଟଙ୍କା ?

କଟକ ଜିଲ୍ଲା ବାଙ୍କୀ ତହସିଲଦାରଙ୍କ ସରକାରୀ ବାସଭବନ ମରାମତି କାର୍ଯ୍ୟ ଚାଲିଥିବା ବେଳେ ମାଟିରୁ ବାହାରିଛି ପୁଳା ପୁଳା ପାଞ୍ଚଶହ ଟଙ୍କା। ପାଞ୍ଚ ଶହ ଟଙ୍କିଆ ନୋଟ ପ୍ରାୟ ୧୦ହଜାର ଟଙ୍କାର ହେବ ବୋଲି କହିଛନ୍ତି ଟଙ୍କା ପାଇଥିବା ଶ୍ରମିକ। ଟଙ୍କା ବାହାରିବା ପରେ କାର୍ଯ୍ୟ ବନ୍ଦ ହୋଇଛି। ପରେ ଏହି ଟଙ୍କାକୁ ସେମାନେ ଠିକାଜଦାରଙ୍କୁ ଜମା ଦେଇଛନ୍ତି।
ବାଙ୍କୀ ତହସିଲଦାରଙ୍କ ସରକାରୀ ବାସଭବନ ମରାମତି ଓ ରଙ୍ଗକାର୍ଯ୍ୟ ଚାଲିଥିବା ବେଳେ କ୍ୱାର୍ଟର ପଛ ପାଚେରୀ ମଧ୍ୟରେ ଥିବା କଦଳୀ ଗଛକୁ କାଟି ମାଟି ଖୋଳିଥିଲେ ଶ୍ରମିକ। ମାଟି ଖୋଳୁଥିବା ବେଳେ ବାହାରିଥିଲା ପାଞ୍ଚ ଶହ ଟଙ୍କିଆ ନୋଟ। ନୋଟ ବାହାରିବା ଦେଖି ଶ୍ରମିକମାନେ ବାହାରେ ରଖିଥିଲେ।
ଏହା ପାଞ୍ଚଶହ ଟଙ୍କିଆ ନୋଟ ନୂଆ ହୋଇଥିବାରୁ ଟଙ୍କା କିଏ ଓ କାହିଁକି ପୋତିଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor