ହଷ୍ଟେଲ ରୁମରୁ ଆଇଆଇଟି ଛାତ୍ରଙ୍କ ମୃତଦେହ ମିଳିଲା, ଆତ୍ମହତ୍ୟା ସନ୍ଦେହ

ଚେନ୍ନାଇ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି (ଆଇଆଇଟି)ର ଏକ ହଷ୍ଟେଲରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ମୃତ ଛାତ୍ରଙ୍କ ଘର ମହାରାଷ୍ଟ୍ରରେ। ଛାତ୍ର ଜଣକ କେମିକାଲ ଇଞ୍ଜିନିୟରିଂ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଏହି ଘଟଣାରେ ପୁଲିସ ମଧ୍ୟ ଆତ୍ମହତ୍ୟା ସନ୍ଦେହ କରୁଛି। ତେବେ ପୁଲିସ ଏହି ମାମଲାର ଅନ୍ୟ ଦିଗ ଉପରେ ବି ତଦନ୍ତ କରୁଛି ।
ଗତ ୪ ମାସ ମଧ୍ୟରେ ବିଭିନ୍ନ ଆଇଆଇଟିରେ ଆତ୍ମହତ୍ୟାର ଏହା ଚତୁର୍ଥ ଘଟଣା। ଯଦି ଏହା ଆତ୍ମହତ୍ୟା ବୋଲି ସ୍ପଷ୍ଟ ହୁଏ ତେବେ ବର୍ଷକ ମଧ୍ୟରେ ଏହା ଆଇଆଇଟି ମାଡ୍ରାସରେ ଚତୁର୍ଥ ଆତ୍ମହତ୍ୟା ଘଟଣା ହେବ। ଗତ ଏପ୍ରିଲ ୩ ତାରିଖରେ ଆଇଆଇଟି ମାଡ୍ରାସରେ ଜଣେ ଛାତ୍ର ନିଜ କୋଠରୀରେ ଆତ୍ମହତ୍ୟା କରିଥିଲେ। ୩୨ ବର୍ଷୀୟ ଛାତ୍ର ଜଣକ ପଶ୍ଚିମବଙ୍ଗର ବାସିନ୍ଦା ଏବଂ ଆଇଆଇଟିରୁ ପିଏଚଡି କରୁଥିଲେ।
Powered by Froala Editor