ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ୨ନାବାଳକଙ୍କ ଜୀବନ
ମାଲକାନଗିରି :ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ଉଣ୍ଡୁରୁକୁଣ୍ଡା ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ନାବାଳକଙ୍କ ଚାଲିଗଲା ଜୀବନ। ମୃତ ବାଳକ ଦ୍ୱୟ ହେଲେ କାଲିମେଳା ଥାନା ଉଣ୍ଡୁରୁକୁଣ୍ଡା ଗାଁର ଚନ୍ଦନ ପଡିଆମି ଓ ମାଙ୍ଗା ମାଡି। ଜଣଙ୍କୁ ୭ବର୍ଷ ହୋଇଥିବା ବେଳେ ଜଣଙ୍କୁ ୯ବର୍ଷ ହୋଇଥିଲା।
ଆଜି ସକାଳେ ଚନ୍ଦନ ଓ ମାଙ୍ଗା ଗଛରେ ଚଢ଼େଇ ବସିଥିବା ଦେଖିଥିଲେ। ଦୁହେଁ ତାକୁ ଧରିବାକୁ ଯୋଜନା କରିଥିଲେ। ଏଥିପାଇଁ ଦୁହେଁ ଗଛକୁ ଚଢ଼ିଯାଇଥିଲେ। ସେହି ଗଛ ଦେଇ ୧୧ କେଭିର ବିଦ୍ୟୁତ ତାର ଯାଇଥିଲା। ଚଢ଼େଇ ଧରିବା ନିଶାରେ ପିଲାମାନେ ତାକୁ ଦେଖିପାରି ନଥିଲେ। ଗଛ ଡାଳରେ ବସିଥିବା ଚଢ଼େଇକୁ ଧରୁଥିବା ସମୟରେ ୧୧ ତାର ସଂସ୍ପର୍ଶରେ ଆସିଯାଇଥିଲେ।
ବିଦ୍ୟୁତ ଝଟକା ଖାଇ ଦୁଇ ପିଲା ତଳକୁ ଖସି ପଡ଼ିଥିଲେ। ପରିବାର ଲୋକେ ଓ ଗ୍ରାମାବସୀ ପିଲା ଦୁଇଟିକୁ ତଳେ ପଡ଼ିଥିବା ଦେଖି ଦୌଡ଼ି ଆସିଥିଲେ। ତୁରନ୍ତ ତାଙ୍କୁ କାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor