୪ ହାତୀ ଦାନ୍ତ ଜବତ : ଜଣେ ଗିରଫ
ବାରିପଦା : ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶ କ୍ରମେ ବିଭାଗର ଏକ ସ୍ବତନ୍ତ୍ର ଟିମ ୨ଟି ହାତୀ ମୃତ୍ୟୁ ଘଟଣାର ହାତୀଦାନ୍ତ(୨ଯୋଡା) ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଲେ ଯଶିପୁର ଥାନା ଅଧୀନ ବାଗଡେଗା, ଗଡଶିମିଳିପାଳର ରଘୁନାଥ ପିଙ୍ଗୁଆ(୩୧) ।
ହାତୀ ଦୁଇଟି ଯଥାକ୍ରମେ ୨୦୨୨ ଡିସେମ୍ବର ଓ ୨୦୨୩ ଫେବୃଆରୀ ମାସରେ ଯଥାକ୍ରମେ ଜେନାବିଲ ରେଞ୍ଜର ତେବେ ଗୁରୁଣ୍ଡିଆ ଓ ପିଠାବଟା ରେଞ୍ଜର ବାଲିଖାଳ ନିକଟରେ ଶିକାରୀ ମାନେ ଶିକାର କରିଥିଲେ । ଘଟଣାରେ ଜଡିତ ଅନ୍ୟ ଅଭିଯୁକଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।
Powered by Froala Editor