ୟେମେନରେ ଦଳାଚକଟା, ୮୫ ମୃତ
ୟେମେନ: ୟେମେନରେ ଆର୍ଥିକ ସହାୟତା ବଣ୍ଟନ ସମୟରେ ଦଳାଚକଟା ହୋଇ ପ୍ରାୟ ୮୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଉର୍ଦ୍ଧ୍ବ ଆହତ ଆହତ ହୋଇଛନ୍ତି । ବୁଧବାର ରାତିରେ ୟେମେନର ରାଜଧାନୀ ସାନାଠାରେ ଏଭଳି ଦୁଃଖଦାୟକ ଘଟଣା ଘଟିଛି । ଆଗକୁ ଇଦ୍ ଥିବା ବେଳେ ଗରୀବଙ୍କ ପାଇଁ ଆର୍ଥିକ ସହାୟତା ବଣ୍ଟନ କାର୍ୟ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ଅତ୍ୟଧିକ ଭିଡ଼ ଯୋଗୁ ଏପରି ଅଘଟଣ ଘଟିଛି ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୟେମେନ ରାଜଧାନୀ ସନାରେ ଆର୍ଥିକ ସହାୟତା ବଣ୍ଟନ ପାଇଁ ଆୟୋଜିତ କାର୍ୟ୍ୟକ୍ରମରେ ଏହି ଦଳାଚକଟା ହୋଇଥିଲା । ମୁସଲିମ ସମ୍ପ୍ରଦାୟର ପବିତ୍ର ରମଜାନ୍ ମାସର ଶେଷ ଦିନରେ ବ୍ୟବସାୟୀଙ୍କ ପକ୍ଷରୁ ସହାୟତା ବିତରଣ କରାଯାଉଥିଲା । ଏହି କାର୍ୟ୍ୟକ୍ରମରେ ମହିଳା, ଶିଶୁଙ୍କ ସମେତ ଶତାଧିକ ଲୋକ ରୁଣ୍ଡ ହୋଇଥିଲେ। ସହାୟତା ନେବାକୁ ଲୋକଙ୍କ ଭିତରେ ଧାଁ ଦୌଡ଼ ହେବାରୁ ଦଳାଚକଟା ହୋଇଥିଲା ।
ଏହି ଘଟଣା ପରେ ଆୟୋଜକଙ୍କୁ ହେପାଜତରେ ନିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଦଳାଚକଟା ହେଲା ତଦନ୍ତ ଚାଲିଛି ।
Powered by Froala Editor