ଖୋଲିବ ‘ମିଲେଟ୍ ଶକ୍ତି କାଫେ’, ଉଦଘାଟନ କରିବେ ନବୀନ
ଭୁବନେଶ୍ୱର: ଆସନ୍ତା ୨୩ ଅର୍ଥାତ ଅକ୍ଷୟ ତୃତୀୟାରେ ଲୋକସେବା ଭବନ ପରିସରରେ ‘ମିଲେଟ୍ ଶକ୍ତି କାଫେ’ ଖୋଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଇଛି ଏଭଳି ଏକ ପଦକ୍ଷେପ ।
ଏପ୍ରିଲ ୧୦ରେ କାମାକ୍ଷାନଗର ବ୍ଲକ କ୍ୟାମ୍ପସରେ ମିଲେଟ୍ କାଫେ ଖୋଲା ହୋଇଛି । ବର୍ତ୍ତମାନ ସୁଦ୍ଧା କଳିଙ୍ଗ ଓ ବାରବାଟୀ ଷ୍ଟାଡିୟମ, ସୁନ୍ଦରଗଡ଼, କେନ୍ଦୁଝର, ପୁରୀ ବେଳାଭୂମି ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଏହାକୁ ଆହୁରି ପ୍ରଚାର ପ୍ରସାର ଓ ଲୋକାଭିମୁଖୀ କରିବା ଲାଗି ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ଖୋଲାଯିବ ।
Powered by Froala Editor