ଥଳିରେ ୧୦ ହଜାର ଟଙ୍କାର କଏନ ଧରି ପହଞ୍ଚିଲେ ପ୍ରାର୍ଥୀ, ଗଣି ଗଣି ଅଧିକାରୀ ନାକେଦମ୍
ନାମାଙ୍କନ ପତ୍ରରେ ପ୍ରାର୍ଥୀମାନେ କୋଟି କୋଟି ଟଙ୍କାର ସମ୍ପତ୍ତି ତାଲିକା ଦେଉଥିବା ବେଳେ କର୍ଣ୍ଣାଟକ ୟାଦଗିରି ଆସନ ପାଇଁ ମଇଦାନକୁ ଓହ୍ଲାଇଥିବା ଜଣେ ପ୍ରାର୍ଥୀ ଥଳିରେ ଟଙ୍କା ଆଣିଥିବା ଦେଖି ସରକାରୀ ଅଧିକାରୀ ତାଜୁବ ହୋଇଥିଲେ । ଆସନ୍ତା ୧୦ ତାରିଖରେ କର୍ଣ୍ଣାଟକା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିନିମନ୍ତେ ଏବେ ନାମାଙ୍କନ ଦାଖଲ ପ୍ରକ୍ରିୟା ଚାଲିଛି। ଏହି ପରିପ୍ରେକ୍ଷୀରେ ୟାଦଗିରି ବିଧାନସଭା କ୍ଷେତ୍ରରେ ନାମାଙ୍କନ ଦାଖଲ କରିବାକୁ ଗତକାଲି ସ୍ବାଧୀନ ପ୍ରାର୍ଥୀ ୟଙ୍କପ୍ପା ପହଞ୍ଚିଥିଲେ।
ଏହି ସମୟରେ ଅମାନତ ରାଶି ୧୦ ହଜାର ଟଙ୍କା ଦେବା ନିମନ୍ତେ ୟଙ୍କପ୍ପା ଟଙ୍କିକିଆ କଏନ ଆଣିଥିଲେ। ଏହି କଏନ ପୁଣି ରାଜ୍ୟ ସାରା ପଦଯାତ୍ରା କରି ସେ ସଂଗ୍ରହ କରିଥିଲେ। ଏହା ଦେଖି ଅଧିକାରୀଙ୍କ ହୋସ ଉଡ଼ି ଯାଇଥିବା ବେଳେ ଏହାକୁ ଗଣିବାକୁ ସେମାନଙ୍କୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।
ଚଳିତବର୍ଷ ନିର୍ବାଚନରେ ଅମାନତ ରାଶି ପାଇଁ ୧୦ହଜାର ଟଙ୍କା ସ୍ଥିର କରାଯାଇଛି । ବେକରେ ବ୍ୟାନର ଟାଙ୍ଗି ୟଙ୍କପ୍ପା ତହସିଲ ଅଫିସରେ ନାମାଙ୍କନ ଭରିଥିଲେ ।
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ମଇ ୧୦ ତାରିଖରେ ଏହି ନିର୍ବାଚନ ହେବ। ଏଥିପାଇଁ ବିଭିନ୍ନ ଦଳପକ୍ଷରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ମଇ ୧୦ରେ ମତଦାନ ହେବାକୁ ଥିବା ବେଳେ ମଇ ୧୩ରେ ଏହାର ଗଣନା ହେବ।
Powered by Froala Editor