ଶବ ଦାହ କରିବାକୁ ଆସିଥିଲେ, ନଦୀରେ ବୁଡ଼ିଗଲେ
ଯାଜପୁର : ଶବ ଦାହ କରିବାକୁ ଆସିଥିଲେ। ନିଜେ ଶବ ହୋଇଗଲେ। ଯାଜପୁର ଦଶାଶ୍ଵମେଧ ଘାଟ ନିକଟରେ ଥିବା ବାରୁଣୀ ମହା ଶ୍ମଶାନକୁ ରାମବାଗ ହୀରାପୁର ଅଞ୍ଚଳର ନିଶିକାନ୍ତ ସମ୍ପର୍କୀୟଙ୍କ ଶବ ଦାହ ପାଇଁ ଆସିଥିଲେ। ଦାହ କାର୍ୟ୍ୟ ଶେଷ ପରେ ବୈତରଣୀ ନଦୀର ଦଶାଶ୍ଵମେଧ ଘାଟକୁ ଗାଧୋଇବାକୁ ଯାଇଥିଲେ। ହେଲେ ବେଆଇନ୍ ଭାବେ ଖୋଳାଯାଇଥିବା ବାଲିଘାଟ ଯୋଗୁଁ ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଛି। ନଦୀ ଶୁଖିଲା ଥିବାବେଳେ ବାଲି ଖୋଳା ହେତୁ ଏପରି ଘଟିଛି। ଯାଜପୁର ଦମକଳ ବାହିନୀ ଆସି ମୃତ ନିଶିକାନ୍ତଙ୍କ ଶବ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
Powered by Froala Editor