ଅକ୍ଷୟ ପରିଜାଙ୍କ ବିରୋଧରେ ବିସ୍ପୋରକ ବୟାନ ଦେଲେ ଜଗବନ୍ଧୁ, ଜାଣନ୍ତୁ କ’ଣ?
ଭୁବନେଶ୍ବର : ଅର୍ଚ୍ଚନା ଓ ସ୍ୱାମୀ ଜଗବନ୍ଧୁ ଗିରଫ ମାମଲା । ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କ ବିସ୍ପୋରକ ବୟାନ । ଅକ୍ଷୟ ପରିଜା ଚକ୍ରାନ୍ତ କରି ଆମକୁ ଫସାଇଛନ୍ତି । ସେ ଝିଅକୁ ପଇସା ଲୋଭ ଦେଖାଇ ଆମ ବିରୋଧରେ ଏତଲା ଦେଇଛି ବୋଲି କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମ ମୁଣ୍ଡରେ ଅଠା ବୋଳାହୋଇଛି। ତା ସହ ଆହୁରି ଅନେକ ଲୋକ ଅଛନ୍ତି ସେମାନଙ୍କୁ ବାହାର କରନ୍ତୁ । ଆମେ କାହାକୁ ପଇସା ମାଗିନୁ। ସବୁ ମିଛ କଥା। ସମୟ ଆସିଲେ ସବୁ କହିବୁ । ଆମକୁ ଅଯଥାରେ ବିବାଦ ଭିତରକୁ ଟଣାଯାଉଛି ।
ସୂଚନାଯୋଗ୍ୟ ଯେ, ଆର୍ଥିକ ହେରଫେର୍ ଓ ବ୍ଲାକମେଲିଂ ଅଭିଯୋଗରେ ବନ୍ଧା ହୋଇଥିଲେ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ । ସେବେଠୁ ସେ ଜେଲ୍ରେ ଅଛନ୍ତି । ଉଭୟଙ୍କ ଆର୍ଥିକ କାରବାର ସଂପର୍କରେ ଛାନ୍ଭିନ୍ କରୁଛି ଇଡି । ବିଭିନ୍ନ ସ୍ଥାନରେ ମଧ୍ୟ ଚଢାଉ କରିଥିଲା ଇଡି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି ।
Powered by Froala Editor