ଆଜିଠୁ ଦୁଇ ଦିନ ସ୍କୁଲ ଛୁଟି
ଭୁବନେଶ୍ୱର: ଦୁଇ ଦିନ ସ୍କୁଲ ଛୁଟି । ଆଜି ଏବଂ ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ। ସମସ୍ତ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମରୁ ଦ୍ବାଦଶ ପର୍ୟ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଏବଂ ଅଙ୍ଗନ ବାଡ଼ି ବନ୍ଦ ରଖାଯାଇଛି। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।
ରାଜ୍ୟରେ କିଛି ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ, ତତଲା ହାୱା ଓ ଅସହ୍ୟ ଗୁଳୁଗୁଳି ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂର୍ବରୁ ଏପ୍ରିଲ ୧୨ ରୁ ୧୬ ତାରିଖ ପର୍ୟ୍ୟନ୍ତ ଛୁଟି ଘୋଷଣା କରିଥିଲେ । ୧୭ ତାରିଖରୁ ସ୍କୁଲ ଖୋଲିବା ସହ ପାଠପଢ଼ା ସକାଳ ସାଢ଼େ ୬ଟା ରୁ ୧୧ଟା ପର୍ୟ୍ୟନ୍ତ କରିବା ପାଇଁ ରାଜ୍ୟ ସରକାର ସଂଶୋଧିତ ନିର୍ଦ୍ଦେଶନାମା ଜାରି କରିଥିଲେ। ମାତ୍ର ୨ ଦିନ ଧରି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ,ସରକାର ପୁଣି ଆଉ ୨ ଦିନ ପାଇଁ ଛୁଟି ଘୋଷଣା କରିଛନ୍ତି ।
Powered by Froala Editor