ସମ୍ବଲପୁରରେ ଆସନ୍ତାକାଲି ସକାଳ ୧୦ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ
ସମ୍ବଲପୁର : ସମ୍ବଲପୁରରେ ଆଜି ପୁଣି ଥରେ ୨୪ ଘଣ୍ଟା ପାଇଁ ଇଣ୍ଟର୍ନେଟ୍ ସେବା ବନ୍ଦ ଘୋଷଣା ହୋଇଛି। ସୋସିଆଲ୍ ମିଡିଆର ଅପବ୍ୟବହାର ଆଶଙ୍କାରେ ଏହି କଟକଣାକୁ ବୃଦ୍ଧି କରାଯାଇଛି। ଆସନ୍ତାକାଲି ସକାଳ ୧୦ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଛି ।
ସୂଚନା ଅନୁସାରେ,୧୩ ତାରିଖରେ ପ୍ରଥମଥର ପାଇଁ ସମ୍ବଲପୁରରେ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରି ଦିଆଯାଇଥିଲା। ପରେ ୧୫ ତାରିଖରେ ଏହାର ଅବଧି ପୁଣି ବୃଦ୍ଧି କରାଯାଇଥିଲା। ଆଜି ସକାଳ ୧୦ଟାରେ ଏହାର ଅବଧି ସୁରୁଥିଲା। ସୋସାଲ ମିଡିଆ ଅପବ୍ୟବହାର ଆଶଙ୍କାରେ ପୁଣି ୨୪ ଘଣ୍ଟା ପାଇଁ ଏହାର ଅବଧିକୁ ବୃଦ୍ଧି କରାଯାଇଛି।ଅନ୍ୟପକ୍ଷରେ ସମ୍ବଲପୁରରେ ଆଜିଠୁ କୋହଳ ହୋଇଛି କର୍ଫ୍ୟୁ।
Powered by Froala Editor