ମାନିଲେ ଅଭିଯୁକ୍ତ, କହିଲେ ‘ଆମେ ଅତିକ-ଅଶରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ’
ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ ହତ୍ୟା କରିଥିବା ୩ ଯୁବକଙ୍କ ସଂପର୍କରେ ସୂଚନା ଦେଇଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ। ଗିରଫ ହୋଇଥିବା ଏହି ୩ ଯୁବକ ହେଉଛନ୍ତି ଲବଲେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟ। ସେମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି। ଲବଲେଶ ପୂର୍ବରୁ ଜେଲ ଯାଇ ସାରିଛି। ସନ୍ନି ନାଁରେ ୧୪ଟି ମାମଲା ରହିଛି। ସେ ଫେରାର ଥିଲା। ସେହିପରି ଅରୁଣ ମୌର୍ଯ୍ୟ ପୁଲିସ୍ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ ରହିଛି।
ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୦୨, ଧାରା ୩୦୭, ଆର୍ମସ ଆକ୍ଟର ଧାରା ୩, ଆର୍ମସ ଆକ୍ଟର ଧାରା ୭, ଆର୍ମସ ଆକ୍ଟର ଧାରା ୨୫, ଆର୍ମସ ଆକ୍ଟର ଧାରା ୨୭ ଅନୁଯାୟୀ ଏଫଆଇଆର ପଞ୍ଜିକୃତ ହୋଇଛି। ପଚରାଉଚରା ବେଳେ ଅଭିଯୁକ୍ତ ଦେଇଥିବା ସୂଚନା ସମ୍ପର୍କରେ ପୁଲିସ ବିସ୍ତୃତ ଭାବେ ଉଲ୍ଲେଖ କରିଛି।
ଏଫ୍ଆଇଆର୍ ଅନୁଯାୟୀ ତିନି ଅଭିଯୁକ୍ତ କହିଛନ୍ତି ଯେ, 'ଆମେ ଅତିକ- ଅଶରଫ ଗ୍ୟାଙ୍ଗକୁ ହଟାଇବାକୁ ଚାହୁଁଥିଲୁ । ଆମେ ଖସିଯିବାକୁ ଚାଁହୁଥିଲୁ, କିନ୍ତୁ ପୁଲିସ ଆମକୁ ଘେରିଯିବାରୁ ଖସି ପଳାଇପାରିନଥିଲୁ । ଆମେ ଅନେକ ଦିନ ଧରି ହତ୍ୟା କରିବାକୁ ଯୋଜନା କରୁଥିଲୁ। କିନ୍ତୁ ଉପଯୁକ୍ତ ସୁଯୋଗ ପାଉନଥିଲୁ' । ଯେତେବେଳେ ଆମେ ଅତିକ-ଅସରଫଙ୍କ ପୁଲିସ୍ ରିମାଣ୍ଡ ବିଷୟରେ ସୂଚନା ପାଇଥିଲୁ ସେବେଠାରୁ ଆମେ ମିଡିଆ କର୍ମୀ ଭାବରେ ସେମାନଙ୍କ(ସାମ୍ବାଦିକ) ସହ ବୁଲୁଥିଲୁ । ଆମେ ଉଭୟଙ୍କୁ ହତ୍ୟା କରିବାକୁ ଚାହୁଁଥିଲୁ କିନ୍ତୁ ସଠିକ୍ ସମୟ ଏବଂ ସୁଯୋଗ ପାଉନଥିଲୁ । ତେବେ ଶନିବାର ରାତିରେ ଯେତେବେଳେ ଆମେ ସୁଯୋଗ ପାଇଲୁ, ଆମେ ହତ୍ୟା କରିଥିଲୁ ।'
Powered by Froala Editor