ଗ୍ୟାଙ୍ଗଷ୍ଟରଙ୍କୁ ଗୁଳିମାଡ଼ ଘଟଣା, ପୋଲିସ୍ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ, ୧୭ ସସପେଣ୍ଡ୍
ଲକ୍ଷ୍ନୌ : ଗୁଳିମାଡ଼ରେ ଗ୍ୟାଙ୍ଗଷ୍ଟର ଅତିକ୍ ଏବଂ ତାର ଭାଇ ଅସରଫଙ୍କୁ ହତ୍ୟା ପରେ ପରେ ପୋଲିସ୍ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯାଇଛି। ଏହି ଘଟଣାରେ ୧୭ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ ଦେଖି ପୂରା ପ୍ରୟାଗରାଜ ଇଣ୍ଟରନେଟ୍ ବନ୍ଦ୍ କରି ଦିଆଯାଇଛି। ଏହା ସହ ସାରା ଉତ୍ତରପ୍ରଦେଶରେ ୧୪୪ ଧାରା ଜାରି କରିବା ସହ ହାଇ ଆଲର୍ଟ ଜାରି କରାଯାଇଛି।
ସମ୍ବେଦନଶୀଳ ଅଞ୍ଚଳରେ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ କରାଯାଇଛି । ଏହି ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ଘଟଣାରେ ଗୁଜବକାରୀଙ୍କ ଉପରେ କଡା କାର୍ୟ୍ୟାନୁଷ୍ଠାନ ନିଆଯିବ।
ଗ୍ୟାଙ୍ଗଷ୍ଟର ଅତିକ ଏବଂ ତାର ଭାଇକୁ ମେଡିକାଲ୍ ଟେଷ୍ଟ କରିବାକୁ ନିଆଯାଉଥିବା ବେଳେ ପ୍ରୟାଗରାଜଠାରେ ଏଅଭାବନୀୟ ଘଟଣା ଘଟିଥିଲା । ସାମ୍ବାଦିକଙ୍କ ସହ ଥିବା ୩ ଦୁର୍ବୃତ୍ତ ମଧ୍ୟ ପ୍ରଶ୍ନ କରୁଥିଲେ । ବେକରେ ସାମ୍ବାଦିକ ଆଇ କାର୍ଡ ପଡିଥିଲା, ଆଉ ହାତରେ ଧରିଥିଲେ ଡମି କ୍ୟାମେରା । ଏହି ସମୟରେ ପୋଲିସର ସୁରକ୍ଷା ଘେରା ଭାଙ୍ଗି ଅତିକର ମୁଣ୍ଡକୁ ସିଧା ଗୁଳି କରି ଦେଇଥିଲେ। ଏହାପରେ ଅସରଫ୍ କୁ ମଧ୍ୟ ଗୁଳି କରିଥିଲେ । ୧୦ରାଉଣ୍ଡ ଗୁଳି କରିଥିଲେ ଅଭିଯୁକ୍ତ । ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇ ଥିଲା।
Powered by Froala Editor