ଜମ୍ମୁଠୁ ବିହାର ଯାଏ ଭୂକମ୍ପ ଝଟ୍କା

ଭୂମିକମ୍ପରେ ଥରିଛି ଜମ୍ମୁ କଶ୍ମୀର। ଏହି ଝଟକା ରିକ୍ଟର ସେକ୍ଲରେ ୪.୦ ଥିବା ଜଣାପଡ଼ିଛି। ଏନେଇ ଅଧିକ ତଥ୍ୟର ଅପେକ୍ଷା କରାଯାଇଛି। ତେବେ ଏହି ଝଟକାକୁ ଅନୁଭବ କରିଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି। ସେହିପରି ବୁଧବାର ପ୍ରତ୍ୟୁଷରେ ବିହାର ଏବଂ ପଶ୍ଚିମବଙ୍ଗରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି।
ଏନସିଏସ୍ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫.୩୫ ସମୟରେ ବିହାରର ଆରାରିଆରେ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ବିହାର ଭଳି ପଶ୍ଚିମବଙ୍ଗର ସିଲିଗୁରିରେ ମଧ୍ୟ ସମାନ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା ମଧ୍ୟ ସମାନ ଥିଲା । ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିବା ଜଣାଯାଇଛି।
ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଏଥିଯୋଗୁ କାହାରି କିଛି କ୍ଷୟକ୍ଷତି ହୋଇନାହିଁ କି ଜନଜୀବନ ନଷ୍ଟ ହୋଇ ନ ଥିବା ସୂଚନା ମିଳିଛି ।
Powered by Froala Editor