Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, May 27, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ...

  • ଟିଏମସିରୁ ଇସ୍ତଫା ଦେଲେ କାକଳି ଘୋଷ

  • ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ...

  • ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ...

  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ...

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ...

  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ...

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ...

  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ...

Home ›› ››ପଢ଼ିବା ବେଳେ ନିଦ ଆସି ବଢ଼ାଉଛି କି ଟେନସନ, କରନ୍ତୁ ଏହା..

ପଢ଼ିବା ବେଳେ ନିଦ ଆସି ବଢ଼ାଉଛି କି ଟେନସନ, କରନ୍ତୁ ଏହା..

2023-04-06 21:05:33
16254
Share:
Facebook
Twitter
E-Mail
WhatsApp
Telegram
ପଢ଼ିବା ବେଳେ ନିଦ ଆସି ବଢ଼ାଉଛି କି ଟେନସନ, କରନ୍ତୁ ଏହା..

 ପାଠ ପଢ଼ିବା ସମୟରେ ସାଧାରଣତଃ ଅନେକଙ୍କୁ ନିଦ ଲାଗିଥାଏ ।ରାତିରେ ପର୍ଯ୍ୟାପ୍ତ ନିଦ୍ରା ମଣିଷକୁ ସୁସ୍ଥ ରଖେ । ହେଲେ ଏହି ନିଦ ଅସମୟରେ ଆସିଲେ ସାଜେ ଚିନ୍ତାର କାରଣ । ଠିକ୍‌ ଯେମିତି କେବେ କେବେ ପଢ଼ିବା ଲାଗି ବହି ଖୋଲି ବସିଲେ ଆପେ ଆପେ ବୁଜି ହୋଇ ପଡେ଼ ଆଖି, ଆଉ ଏଥିପାଇଁ ବ୍ୟାହତ ହୁଏ ପାଠ ପଢ଼ା । ଏମିତିରେ କେତେକ ଉପାୟ ନିଦ ଦୂର କରିବାରେ ବେଶ୍‌ ସାହାଯ୍ୟ କରେ ।
ମୁଣ୍ଡ ଉପରେ ପରୀକ୍ଷା ଚିନ୍ତା । ସବୁବେଳେ ବହି ଉପରେ ଆଖି । ହେଲେ ପଢ଼ିବା ବେଳେ ଆସୁଛି ନିଦ, ଯାହାକି ବଢ଼ାଉଛି ଟେନସନ । ତେବେ ଏପରି ହୁଏ କାହିଁକି, ଜାଣିବା ଏହାର ବିଭିନ୍ନ କାରଣ ଓ ନିରାକରଣ ସମ୍ପର୍କରେ...

ଶୋଇବା ସମୟ ସ୍ଥିର କରନ୍ତୁ: ପଢ଼ିବାବେଳେ ନିଦ ଆସିବା ସମସ୍ୟା ସାଧାରଣତଃ ପିଲାଠୁ ବୃଦ୍ଧ ପ୍ରାୟ ସଭିଙ୍କଠାରେ ଦେଖାଦିଏ । ପଢ଼ାବହି, ଗପବହିଠୁ ଆରମ୍ଭ କରି ଖବରକାଗଜ ଓ ମାଗାଜିନ୍‌ ଆଦି ପଢ଼ିବାବେଳେ ଶରୀର ଏବଂ ମନ ସ୍ଥିର ରହୁଥିବାରୁ ଅନେକଙ୍କ ଆଖିକୁ ନିଦଆସେ । ନିଦ୍ରାହୀନତା ଭୋଗୁଥିବା ରୋଗୀକୁ ନିଦ ଆସିବା ଲାଗି ରିଡିଂ ଥେରାପି ଦିଆଯାଇଥାଏ । ତେବେ ପରୀକ୍ଷା ବେଳେ ଅଧିକାଂଶ ଛାତ୍ରୀଛାତ୍ର ରାତି ଅନିଦ୍ରା ହେବା କିମ୍ବା ଆବଶ୍ୟକତାଠାରୁ ଖୁବ୍‌ କମ୍‌ ଶୋଉଥିବାରୁ ପଢ଼ିବା ଲାଗି ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସିବାମାତ୍ରେ ନିଦ ଆସିଥାଏ । ଫଳରେ ପାଠ ଭଲ ଭାବେ ମନେ ରହି ନଥାଏ । ତେଣୁ ଏପରି ନ ହେବା ଲାଗି ପଢ଼ିବା ସହିତ ମସ୍ତିଷ୍କକୁ ଆରାମ ଦେବା ଲାଗି ଶୋଇବା ପାଇଁ ମଧ୍ୟ ସମୟ ବାହାର କରନ୍ତୁ ।

ସ୍ଥାନ ପରିବର୍ତ୍ତନ କରନ୍ତୁ: ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ପଢ଼ିବା ଦ୍ୱାରା ମସ୍ତିଷ୍କ ଏବଂ ଆଖିର ମାଂସପେଶୀ ଥକିଯାଏ ଓ ନିଦ ଆସେ । ହେଲେ ପଢ଼ିବାବେଳେ ବାରମ୍ବାର ନିଦ ଆସିଲେ ସ୍ମରଣ ଶକ୍ତି ପ୍ରଭାବିତ ହୋଇପାରେ । ତା’ଛଡ଼ା ଆଖିରେ ମଧ୍ୟ ଚାପ ପଡ଼ିଥାଏ । ତେଣୁ ନିଦ ଆସିବାମାତ୍ରେ କିଛି ସମୟ ଉଠିଯାଆନ୍ତୁ ଏବଂ ୫-୧୦ ମିନିଟ୍‌ ଚାଲନ୍ତୁ । ପାଣି ପିଇଲେ ଏବଂ କିଛି ହାଲୁକା ଖାଦ୍ୟ ଖାଇଲେ ନିଦ ଛାଡ଼ିଯିବ ।

ଲେଖା ଅଭ୍ୟାସ ସବୁଠୁ ଭଲ: ପଢ଼ିବାବେଳେ ଅଧିକ ସମୟ ବସିବା ଦ୍ୱାରା ଶାରୀରିକ ପରିଶ୍ରମ ଆଦୌ ନ ଥାଏ, ତେଣୁ ମାଂସପେଶୀ କାର୍ଯ୍ୟ ନ କରୁଥିବାରୁ ନିଦ ଆସିଥାଏ । ଏପରି ନ ହେବା ଲାଗି ଉତ୍ତମ ଉପାୟ ହେଉଛି ଲେଖିବା । କେବଳ ନ ପଢ଼ି ଏକ ରଫ୍‌ ନୋଟରେ ଲେଖିବା ଦ୍ୱାରା ହାତର ମାଂସପେଶୀ ଚଳପ୍ରଚଳ ହେବା ଦ୍ୱାରା ନିଦ ଆସି ନ ଥାଏ । ତା’ଛଡ଼ା ପଢ଼ିବା ପରେ ଲେଖିବା ଦ୍ୱାରା ପାଠ ଶୀଘ୍ର ମନେରହିଥାଏ ।

ଠିକ୍‌ ରଖନ୍ତୁ ସିଟିଂ ପୋଜିଶନ: ଅନେକ ଛାତ୍ରୀଛାତ୍ର ଆରାମ ଲାଗିବା ପାଇଁ ବସିବା ବଦଳରେ ଖଟ, ସୋଫା ଆଦି ସ୍ଥାନରେ ଶୋଇ ରହି ପଢ଼ନ୍ତି । ଏହା ମଧ୍ୟ ନିଦ ଲାଗିବାର ଆଉ ଏକ ବଡ଼ କାରଣ । ତା’ଛଡ଼ା ଅଧିକ ସମୟ ପେଟମାଡ଼ି ଶୋଇ ପଢ଼ିବା ଦ୍ୱାରା ପେଟ, ଅଣ୍ଟା, ବେକ ଆଦିରେ ଚାପ ପଡ଼ି ଯନ୍ତ୍ରଣା ହୋଇପାରେ । ତେଣୁ ଏପରି ନ କରି ଚେୟାର ଟେବୁଲରେ ବସି ପଢ଼ନ୍ତୁ ।

ଲାଇଟ୍‌ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ନିଜ ପଢ଼ା ସ୍ଥାନ ଏପରି ବାଛନ୍ତୁ, ଯେଉଁଠାରେ ଦିନରେ ସୂର୍ଯ୍ୟାଲୋକ ଆସୁଥିବ କିମ୍ବା ଦିନ ଅବା ରାତିରେ ଭଲ ଲାଇଟ୍‌ ପଡ଼ୁଥିବ । ନଚେତ୍‌ ପଢ଼ାଘରେ ଲାଇଟ୍‌ ବ୍ୟବସ୍ଥା ଠିକ୍‌ ନ ରହିଲେ ବା ଅନ୍ଧାରିଆ ରହିଲେ ପଢ଼ିବା ବେଳେ ମଧ୍ୟ ନିଦ ଆସିଥାଏ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତା’ଛଡ଼ା କମ୍‌ ଲାଇଟରେ ପଢ଼ିଲେ ଚାପ ପଡ଼ିବା ଯୋଗୁ ଚକ୍ଷୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।

ସବୁ ବିଷୟକୁ ଧ୍ୟାନ ଦିଅନ୍ତୁ: ଅନେକେ ଭାବନ୍ତି କଷ୍ଟ ଲାଗୁଥିବା ବିଷୟଗୁଡ଼ିକୁ ଅଧିକ ସମୟ ପଢ଼ିଲେ ମନେରହିବ । ଆଉ ସେଥିପାଇଁ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ବିଷୟକୁ ପଢ଼ନ୍ତି । ହେଲେ ଏହାଦ୍ୱାରା ନିଦ ଆସିଥାଏ । ତେଣୁ ଯେଉଁ ବିଷୟ ପଢ଼ିଲେ ନିଦ ଆସୁଛି ତା’କୁ ରାତି ବଦଳରେ ଦିନ କିମ୍ବା ସଂଧ୍ୟାରେ ପଢ଼ନ୍ତୁ ।

ଖାଇବା ପରେ ପରେ ପଢ଼ନ୍ତୁ ନାହିଁ: ଖାଇବା ପରେ ଖାଦ୍ୟ ହଜମ ହେବା ଲାଗି ପାକସ୍ଥଳୀ ଅମ୍ଳଜାନ ଆବଶ୍ୟକ କରେ । ତେଣୁ ଏ ସମୟରେ ପଢ଼ିଲେ ବାରମ୍ବାର ହାଇ ଆସିବା ସହ ନିଦ ଲାଗିଥାଏ । ତେଣୁ ଖାଇବା ପରେ ଶରୀରକୁ କିଛି ସମୟ ବିଶ୍ରାମ ଦିଅନ୍ତୁ, ଯେପରି ଖାଦ୍ୟ ଭଲ ଭାବେ ହଜମ ହୋଇଯିବ । ଏହା ପରେ ପଢ଼ିଲେ ନିଦ ଆସିବ ନାହିଁ ଏବଂ ପାଠ ଭଲ ମନେରହିବ ।

Powered by Froala Editor

Tags Sleeping

Related articles Odisha News Lens 4.1

  • ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ
    ଦେଶ-ଦେଶାନ୍ତର

    ଏଆଇଏଡିଏମ୍‌କେର ୩ ବିଧାୟକ ଟିଭିକେରେ ଯୋଗଦେଲେ

    13532
    May 26, 2026
  • ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ
    ଦେଶ-ଦେଶାନ୍ତର

    ୪୨ ଜଣ ବରଙ୍କୁ ଠକିଦେଲେ ମଧ୍ୟସ୍ଥି, ଅପେକ୍ଷା କରି କରି ଫେରିଲେ

    15228
    May 27, 2026
  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ
    ବିଶେଷ

    ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14741
    May 27, 2026
  • ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ
    ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14688
    May 27, 2026
  • ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ
    ଦେଶ-ଦେଶାନ୍ତର

    ନାବାଳିକା ଦୁଷ୍କର୍ମ ମାମଲା : ପ୍ରେସମିଟରେ ହସି ୩ IPS ସସପେଣ୍ଡ

    13516
    May 27, 2026
  • କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା
    ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13663
    May 26, 2026
  •  ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା
    ଦେଶ-ଦେଶାନ୍ତର

    ଜୁନ୍ ୧ ରୁ ମହିଳାମାନେ ପାଇବେ ୩,୦୦୦ ଟଙ୍କା

    14986
    May 27, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ
    ଦେଶ-ଦେଶାନ୍ତର

    ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14781
    May 26, 2026
  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି
    ଦେଶ-ଦେଶାନ୍ତର

    ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13674
    May 27, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    କକ୍ରୋଚ ଜନତା ପାର୍ଟିକୁ ସମର୍ଥନ ଜଣାଇଲେ ମମତା

    13663
    May 26, 2026
  • ଦେଶ-ଦେଶାନ୍ତର

    ଇରାନର ବନ୍ଦର ସହର ଉପରେ ଆମେରିକା ପକ୍ଷରୁ ବିମାନ ଆକ୍ରମଣ

    14688
    May 27, 2026
  • ଦେଶ-ଦେଶାନ୍ତର

    ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13674
    May 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    16884
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17505
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17552
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17934
    Sep 06, 2023

ବିଶେଷ

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14741
    May 27, 2026
  • ନିଜ ମନ ପସନ୍ଦର ଗୀତ ଶୁଣିଲେ ବୃଦ୍ଧି ହୁଏ ସ୍ମରଣ ଶକ୍ତି

    14674
    May 26, 2026
  • ଏପରି କଲେ ନିଶାଦ୍ରବ୍ୟଠାରୁ ରହିପାରିବେ ଦୂରେଇ

    15750
    May 24, 2026
  • ଲୋ ବ୍ଲଡପ୍ରେସର ସମସ୍ୟା ଥିଲେ ଖାଆନ୍ତୁ ମିଶ୍ରି

    15039
    May 21, 2026
  • ଅନ୍ଧାରକଣା ସମସ୍ୟା ଥିବା ବ୍ୟକ୍ତି ନିୟମିତ ଖାଆନ୍ତୁ କଖାରୁ ଫୁଲ

    14450
    May 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15425
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15168
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15658
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13994
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ସ୍ବାସ୍ଥ୍ୟ ପାଇଁ ଭିଟାମିନ୍‌ ‘ସି’ ଭାରି ଉପକାରୀ

    14741
    May 27, 2026
  • ୮୦ ବର୍ଷର ଜଟିଳ ଗଣିତ ସମାଧାନ କଲା ଚାଟ୍‌ଜିପିଟି

    13674
    May 27, 2026
  • ଏଣିକି ୫ ଟଙ୍କାରେ ଖାଇପାରିବେ ମାଛ ତରକାରୀ ଓ ଭାତ

    14781
    May 26, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In