ବାରହା ମାଂସ ସହ ଶିକାରୀ ଗିରଫ

କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିଞ୍ଜ ବାହାଳ ଗ୍ରାମରେ ବନ ବିଭାଗ ଚଢାଉ କରି ଜଣଙ୍କୁ ଗିରଫ କରିବା ସହିତ ୨୫କେଜି ବାରହା ମାଂସ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲା ସେହି ଗ୍ରାମର ମଦନ ସାହୁ (୫୧) । ଅଭିଯୁକ୍ତ ମଦନକୁ ଗିରଫ କରିବା ସହିତ ବାରହା ମାଂସ ଓ ଶିକାର ସାମଗ୍ରୀ ଜବତ ହୋଇଛି। ଘଟଣାକୁ ନେଇ ତେଲକୋଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।
ସୂଚନାନୁଯାୟୀ, ବିଞ୍ଜ ବାହାଳ ଗ୍ରାମର ମଦନ ସାହୁ ସୋମବାର ରାତିରେ ନିକଟସ୍ଥ ଜଙ୍ଗଲରୁ ଏକ ବାରହା ଶିକାର କରି ତାର ମାଂସ ବିକ୍ରି କରିବାକୁ ଯୋଜନା କରିଥିଲା। ତେଲକୋଇ ବନାଞ୍ଚଳ ଅଧିକାରୀ ଶିବାଜୀ ମୋହନ ରାଓ ଖବର ପାଇବା ପରେ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଚଢ଼ାଉ କରିଥିଲେ । ଏହି ଚଢାଉରେ ତେଲକୋଇ ବନପାଳ ପ୍ରଦୀପ ସାହୁ, ବନରକ୍ଷୀ ଦୀପକ ରଣାଙ୍କ ସହିତ ବନ୍ୟପ୍ରାଣୀ ସୁରକ୍ଷା କର୍ମୀ ସାମିଲ ହୋଇଥିଲେ ।
Powered by Froala Editor