ମିଳିଲା ନୂଆ ଫମୁଲା : କମିଯିବ ବୟସ, ୨୦୪୫ ବେଳକୁ ବୁଢ଼ା ହୋଇଯିବେ ଟୋକା !
୨୦୩୦ ବେଳକୁ ମଣିଷ ଚାହିଁଲେ ନିଜର ବୟସ ବଢ଼ାଇ ପାରିବ । ସେହିଭଳି ୨୦୪୫ ମସିହା ପର୍ଯ୍ୟନ୍ତ ଯଦି କେହି ବଞ୍ଚି ରୁହନ୍ତି ତେବେ ତାଙ୍କର ଆଉ ମୃତ୍ୟୁ ହେବାର ପ୍ରଶ୍ନ ଉଠିବ ନାହିଁ । ସେମାନେ ସବୁଦିନ ପାଇଁ ଦୁନିଆରେ ରହିପାରିବେ ।
ହାର୍ଭାର୍ଡ ଓ ବୋଷ୍ଟର ୟୁନିର୍ଭସିଟି ପକ୍ଷରୁ ମିଳିତ ଭାବେ ହୋଇଥିବା ଗବେଷଣାରେ ମୂଷାଙ୍କ ଠାରେ କରାଯାଇଥିବା ପରୀକ୍ଷା ସଫଳ ହୋଇଛି । ବୈଜ୍ଞାନିକମାନେ କେତେକ ବୁଢ଼ା ମୂଷାଙ୍କ ଦେହରେ ନୂଆ ଜ୍ଞାନ କୌଶଳ ପ୍ରୟୋଗ କରି ସେମାନଙ୍କୁ ଯୁବା ବନାଇ ଦେଇଥିଲେ । ଏପରିକି ବୟସ ବୃଦ୍ଧି ପରେ ସେମାନେ ଯେଉଁ ଶାରୀରିକ ଦୁର୍ବଳ ଅନୁଭବ କରିଥାନ୍ତି ତାକୁ ମଧ୍ୟ ଠିକ୍ କରି ଦେଇଥିଲେ । ଏହି ଗବେଷଣା ରିପୋର୍ଟ ବିଜ୍ଞାନ ପତ୍ରିକା ସେଲ୍ରେ ସ୍ଥାନ ପାଇଛି ।
ହ୍ୟୁମାନିଟି ପ୍ଲସ୍ର ବୈଜ୍ଞାନିକ ଡକ୍ଟର ଜୋସ୍ କୋର୍ଡେରୋ ଦାବି କରିଛନ୍ତି କି ଆଗାମୀ କିଛି ବର୍ଷ ଭିତରେ ଆମକୁ ଅମର ହୋଇଯିବାର ଗୋପନ ତଥ୍ୟ ମିଳିଯିବ । ଯଦିଓ ସେ ଏହି ଗୋପନ ତଥ୍ୟ ବିଷୟରେ ଖୋଲାଖୋଲି ଭାବେ କିଛି କହିନାହାନ୍ତି ଏଥିରେ ନାନୋ ଟେକ୍ନୋଲୋଜି, ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବଡ ଭୂମିକା ରହିବ ବୋଲି ସଙ୍କେତ ମିଳିଛି । ଏହାରି ମାଧ୍ୟମରେ ବୟସ ବଢ଼ିବ ଓ କମିବ ଏବଂ ଦିନେ ଏଭଳି ସମୟ ଆସିବ ଯେତେବେଳେ କି ମଣିଷ ଶହ ଶହ ବର୍ଷ ଧରି ବଞ୍ଚିରହିପାରିବ ।
Powered by Froala Editor