ଦୁଇ ମହିଳାଙ୍କୁ ଦଳି ଦେଲା ହାତୀ
ହିନ୍ଦୋଳ : ହାତୀ ଆକ୍ରମଣରେ ଦୁଇ ମହିଳା ମୃତ। ହିନ୍ଦୋଳ ଉପଖଣ୍ଡ ଦୁଦୁରୁକୋଟ ଛକ ନିକଟରେ ସକାଳୁ ଦୁଇଜଣ ମହିଳାଙ୍କୁ ହାତୀ ଦଳି ଦେଇଛି। ମୃତକ ଦୁଦୁରୁକୋଟ ଗ୍ରାମର ପୁଟି ସାମଲ ଓ ଆଗରୀ ମାଝୀ ବୋଲି ଜଣାପଡିଛି।
ସୂଚନାନୁଯାୟୀ, ଦୁଦୁରୁକୋଟ ଗ୍ରାମର ପୁଟି ସାମଲ ଓ ଆଗରୀ ମାଝୀ ଶୁକ୍ରବାର ସକାଳୁ ମହୁଲ ସଂଗ୍ରହ ପାଇଁ ଯାଉଥିଲା ବେଳେ ଉଭୟଙ୍କୁ ଏକ ଦନ୍ତା ହାତୀ ଦଳି ମାରିଦେଇଛି। ଘଟଣା ସ୍ଥଳରେ ହିନ୍ଦୋଳ ବନବିଭାଗ ପହଁଞ୍ଚି ଅନୁଧ୍ୟାନ କରୁଛି। ଗ୍ରାମର ଦୁଇ ମହିଳାଙ୍କୁ ଏକ ସାଙ୍ଗରେ ହାତୀ ଦଳି ଦେଇଥିବାରୁ ଚାପା ଉତ୍ତେଜନା ସୃଷ୍ଟି ହୋଇଛି।
Powered by Froala Editor