ଆକ୍ୱାରିୟମ୍ରେ ଏହି ମାଛ ରଖନ୍ତୁ, ବଢ଼ିବ ଧନ ସମ୍ପତ୍ତି

ନୂଆଦିଲ୍ଲୀ: ଆଜିକାଲି ଅଧିକାଂଶ ମହିଳା ଘର ସଜାଇବାକୁ ପସନ୍ଦ କରୁଛନ୍ତି । କିଏ ଘର ଭିତରେ ବିଭିନ୍ନ ଅଳଙ୍କରଣ ଗଛ ଲଗାଉଛି ତ ଆଉ କିଏ ଇଣ୍ଟରିୟର୍ କରୁଛି । କିଛି ଜଣ ବିଭିନ୍ନ ଚଢ଼େଇ, ଠେକୁଆ ପୋଷିବାକୁ ଭଲ ପାଉଛନ୍ତି । ଏହାସହିତ ଘରେ ଘରେ ଏବେ ଆକ୍ୱାରିୟମ୍ ଦେଖିବାକୁ ମିଳୁଛି । ଏହା ଘରକୁ ସୁନ୍ଦର କରିଥାଏ । କେବଳ ସେତିକି ନୁହେଁ, ଆକ୍ୱାରିୟମ୍ ରଖିଲେ ପରିବାର ପ୍ରତି ଶୁଭଙ୍କର ବୋଲି ବିଶ୍ୱାସ ରହିଛି ।
ଆକ୍ୱାରିୟମ୍ ଭିତରେ କେଉଁ ମାଛ ରଖିବେ? ଏହାକୁ ଘରର କୋଉଠି ରଖିବେ? କିଭଳି ଭାବେ ଏହାର ଉପଯୁକ୍ତ ଯତ୍ନ ନେବେ ସେସବୁ ଜାଣିବା ଅତ୍ୟନ୍ତ ଜରୁରି । ନଚେତ୍ ଏହାର କୁପ୍ରଭାବ ମଧ୍ୟ ରହିଛି । ତେଣୁ ଆକ୍ୱାରିୟମ୍ ରଖିବା ପୂର୍ବରୁ ସେସବୁ ଭଲ ଭାବେ ଜାଣି ରଖିବା ଉଚିତ୍ ।
ଆକ୍ୱାରିୟମ୍ରେ ସର୍ବଦା ୯ଟି ମାଛ ରଖିବା ଶୁଭଙ୍କର । ସେଥିମଧ୍ୟରୁ ୮ଟି ଗୋଲ୍ଡ ଫିଶ୍ ଓ ଗୋଟିଏ କଳା ମାଛ ରହିବା ଦ୍ୱାରା ଅଧିକ ଐଶ୍ୱର୍ଯ୍ୟ ମିଳିଥାଏ । ଗୋଲ୍ଡ ଫିଶ୍ ଧନର ପ୍ରତୀକ ବୋଲି କୁହାଯାଏ । ସେହିପରି କଳା ମାଛ ସୁରକ୍ଷାର ପ୍ରତୀକ ଭାବେ ବିବେଚନା କରାଯାଇଛି । ତେଣୁ ଏହାକୁ ରଖିବେ ସବୁବେଳେ ଲାଭ ମିଳିଥାଏ । ପରିବାରରେ ମଧ୍ୟ ଶାନ୍ତି ମିଳେ ।
ସେହିପରି ବାସ୍ତୁଶାସ୍ତ୍ର ଅନୁଯାୟୀ, ଡ୍ରଇଂ ରୁମ୍ର ଦକ୍ଷିଣ-ପୂର୍ବ ଦିଗରେ ଆକ୍ୱାରିୟମ୍ରେ ରଖିବା ଶୁଭ । ଏହାଦ୍ୱାରା ଆର୍ଥିକ ଅଭିବୃଦ୍ଧି ହୋଇଥାଏ । ଭୁଲ୍ରେ ବି ଆକ୍ୱାରିୟମ୍ ଡ୍ରଇଂ ରୁମ୍ ମଝିରେ ରଖନ୍ତୁ ନାହିଁ । ଏଭଳି କଲେ ଖର୍ଚ୍ଚ ବଢ଼ିଥାଏ ବୋଲି କୁହାଯାଇଛି । ଆକ୍ୱାରିୟମ୍ରେ ପାଣି ବଦଳାଇବା ଉଚିତ । ଏପରି କରିବା ଦ୍ୱାରା ଆର୍ଥିକ ଅଭିବୃଦ୍ଧି ସହିତ ମାଛଗୁଡ଼ିକ ଭଲ ଭାବେ ବଢ଼ିଥାନ୍ତି । ଆକ୍ୱାରିୟମ୍କୁ ଶୋଇବା ଘରେ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ୱାରା ଦୁଃସ୍ୱପ୍ନ ଆସିଥାଏ । ପରିବାରରେ ସବୁବେଳେ କଳହ ଲାଗି ରହିଥାଏ ବୋଲି ବିଶ୍ୱାସ ରହିଛି ।
Powered by Froala Editor