ବାଇଗଣୀ ରଙ୍ଗର ପରିବା ଖାଆନ୍ତୁ, ନିରାମୟ ରୁହନ୍ତୁ
ନୂଆଦିଲ୍ଲୀ: ବର୍ତ୍ତମାନ ଅଧିକାଂଶ ଲୋକେ ସ୍ୱାସ୍ଥ୍ୟ ସଚେତନ । ଆଧୁନିକ ଜୀବନଶୈଳୀ ଯୋଗୁଁ ବିଭିନ୍ନ ପ୍ରକାର ରୋଗ ହେଉଛି । ତେଣୁ ଏଥିରୁ କିଭଳି ଭାବେ ମୁକ୍ତି ପାଇବେ ଓ ସବୁବେଳେ ଫିଟ୍ ରହିବେ ସେଥିଲାଗି ସମସ୍ତେ ଚିନ୍ତିତ । ଗରିବରୁ ଧନୀ ସମସ୍ତଙ୍କୁ ଘାରିଛି ଶରୀର ଚିନ୍ତା । ଏଥିପାଇଁ କିଏ ସକାଳୁ ଉଠି ବ୍ୟାୟାମ କରୁଛି ତ ଆଉ କିଏ ୱାକିଂ । ଏଥିସହ ଖାଇବା ପିଇବା ଉପରେ ବି ଗୁରୁତ୍ୱ ଦେଉଛନ୍ତି । ଯଥାସମ୍ଭବ କମ୍ ତେଲ ମସଲା ଖାଇବାକୁ ପସନ୍ଦ କରୁଛନ୍ତି । ହେଲେ ଅନେକ ଲୋକଙ୍କୁ ଜଣାନଥିବ ଯେ ବାଇଗଣୀ ରଙ୍ଗ ପରିବା ସ୍ୱାସ୍ଥ୍ୟ ପ୍ରତି ବେଶ୍ ହିତକର । ଏହା ଆମ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଯଥେଷ୍ଟ ପରିମାଣର ପ୍ରୋଟିନ୍ ଯୋଗାଇଥାଏ । ତେଣୁ ପ୍ରତିଦିନ ଏହାକୁ ଖାଇବାକୁ ଡାକ୍ତର ଓ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି । ଏବେ ଆସନ୍ତୁ ଜାଣିବା ବାଇଗଣୀ ରଙ୍ଗ ପରିବା କ’ଣ ଏବଂ ଏହାକୁ ଖାଇବା ଦ୍ୱାରା କ’ଣ ଲାଭ ମିଳୁଛି ।
-ବାଇଗଣୀ ରଙ୍ଗର ପରିବା ଭିତରେ ସବୁଠାରୁ ହିତକର ବିଟ୍ । ଯେଉଁଥିରେ ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ମାତ୍ରାରେ ମିଳିଥାଏ । ଏହାକୁ ଖାଇବା ଦ୍ୱାରା କିମ୍ବା ଜୁସ୍ ପିଇବା ଦ୍ୱାରା ହିମୋଗ୍ଲୋବିନ୍ ବୃଦ୍ଧି ପାଏ । ରୋଗ ସଂକ୍ରମଣର ଆଶଙ୍କା ମଧ୍ୟ ଦୂର ହୁଏ ।
-ସେହିଭଳି ବାଇଗଣୀ ରଙ୍ଗର ପତ୍ରକୋବି ମଧ୍ୟ ବେଶ୍ ସ୍ୱାସ୍ଥ୍ୟପ୍ରଦ । ଏହାକୁ ଖାଇଲେ ହଜମ ଶକ୍ତି ବୃଦ୍ଧି ପାଇଥାଏ । ବାଇଗଣୀ ରଙ୍ଗ ପତ୍ରକୋବିକୁ ରାନ୍ଧି କିମ୍ବା ସାଲାଡ୍ରେ ପ୍ରତିଦିନ ଖାଇପାରିବେ ।
-ବାଇଗଣୀ ରଙ୍ଗର ଅଙ୍ଗୁର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏହା ବେଶ୍ ସ୍ୱାଦିଷ୍ଟ ମଧ୍ୟ । ତେଣୁ ଅନେକ ବ୍ୟକ୍ତି ଏହାକୁ ଖାଇବାକୁ ପସନ୍ଦ କରନ୍ତି ।
-ଏହି ରଙ୍ଗର ବାଇଗଣ ମଧ୍ୟ ସ୍ୱାସ୍ଥ୍ୟ ପକ୍ଷେ ଲାଭଦାୟକ । ଏଥିରେ ଥିବା ମାଙ୍ଗାନିଜ୍, ଥାମାଇନ୍, ବି-୬ ଏବଂ କପର୍ ଶରୀରର ମେଟାବୋଲିଜିମ୍ ସ୍ତରକୁ ନିୟନ୍ତ୍ରଣରେ ରଖିବା ସହିତ ହାଡ଼଼କୁ ମଜ୍ଭୁତ୍ କରିଥାଏ ।
-ବାଇଗଣୀ ରଙ୍ଗର କନ୍ଦମୂଳ ସ୍ୱାସ୍ଥ୍ୟ ପାଇଁ ବେଶ୍ ହିତକର । ଏଥିରେ ଅଧିକ ପରିମାଣର କ୍ୟାଲୋରି ଥାଏ । ତେଣୁ ଏସବୁ ପ୍ରତିଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ।
Powered by Froala Editor