କୋଚ୍ଚିରେ ଜରୁରୀକାଳୀନ ଅବତରଣ କଲା ଧ୍ରୁବ
ଅଳ୍ପକେ ବର୍ତ୍ତିଲା ଭାରତୀୟ ତଟ୍ଟରକ୍ଷୀ ବାହିନୀର ହେଲିକପ୍ଟର ଏଏଲଏଚ-ଧ୍ରୁବ। ଆଜି କେରଳର କୋଚ୍ଚିରେ ପାଇଲଟ୍ ମାର୍କ-ଥ୍ରୀ ହେଲିକପ୍ଟର ଏଏଲଏଚ୍ ଧ୍ରୁବର ପରୀକ୍ଷଣ କରୁଥିଲେ। ଏହି ସମୟରେ କୌଣସି କାରଣରୁ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇଥିଲେ। ପରେ ବାଧ୍ୟ ହୋଇ ହେଲିକପ୍ଟରକୁ ଜରୁରୀ ଅବତରଣ କରିବାକୁ ପଡିଥିଲା।
ମିଳିଥିବା ସୂଚନା ଅନୁସାରେ, ଲ୍ୟାଣ୍ଡିଂ ବେଳେ ଏହା ୨୫ ଫୁଟ ଉଚ୍ଚରେ ଉଡୁଥିଲା । ପାଇଲଟ୍ ଅତି ସତର୍କତାର ସହ ହେଲିକପ୍ଟରର ଜରୁରୀ ଅବତରଣ କରାଇଥିଲେ ଏବଂ ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା ହେଲିକପ୍ଟର। ଗୁରୁତ୍ୱପୂର୍ଣ୍ଣ ହେଉଛି ଯେ, ଏଥିରେ କେହି ମୃତାହତ ହୋଇନାହାନ୍ତି।
ଗତ ମାର୍ଚ୍ଚ ୮ ତାରିଖରେ ଭାରତୀୟ ନୌସେନାର ଏକ ଏଏଲଏଚ ମୁମ୍ବାଇ ଉପକୂଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା ।
Powered by Froala Editor