ସଇତାନ ପୁଅ: ମା'ର ତଣ୍ଟିଚିପି ହତ୍ୟା କଲା ପୁଅ

ବରଗଡ଼ ମା’କୁ କୌଣସି କଥା ପାଇଁ ତଣ୍ଟିଚିପି ହତ୍ୟା କରିବାକୁ ପଛାଇଲା ନାହିଁ ସଇତାନ ପୁଅ। ଏଭଳି ଘଟଣା ଘଟିଛି ବରଗଡ଼ ଜିଲ୍ଲା ସଦର ଥାନା ପିପିଲିପାଲି ଗାଁରେ। ମୃତ ମହିଳା ଜଣଙ୍କ ହେଲେ ପାନ ଭୁଏ। ପୁଅ କାର୍ତ୍ତିକ ଭୁଏଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ପାନ ଭୁଏଙ୍କର ୪ଟି ପୁଅ ଥିବା ବେଳେ ୩ଟି ପୁଅ ବାହାରେ ରୁହନ୍ତି। ସାନ ପୁଅ କାର୍ତ୍ତିକ ମା’ ପାଖରେ ଗାଁରେ ରହୁଥିଲେ। ଗତକାଲି କାର୍ତ୍ତିକ କୌଣସି କାରଣ ପାଇଁ ମା’ର ତଣ୍ଟିଚିପି ହତ୍ୟା କରିଥିଲେ। ପଡ଼ୋଶୀ ଏହା ଦେଖି ପୁଲିସକୁ ଖବର ଦେଇଥିଲେ।
Powered by Froala Editor