ବାସ୍ତବ ଜୀବନରେ ବାର୍ବି ଡଲ୍, ଯାହାଙ୍କ ମୁହଁ କଣ୍ଢେଇ ଭଳି

ବାର୍ବି ଡଲ୍ । ଯାହା ପିଲାଙ୍କ ଖୁବ୍ ପସନ୍ଦର । ତେବେ ଜାଣନ୍ତି କି, ବାସ୍ତବ ଜୀବନରେ ବି ଏମିତି ମଡେଲ ଅଛନ୍ତି ଯିଏ ଦେଖିବାକୁ ପୂରାପୁରି ବାର୍ବି ଡଲ୍ ଭଳି । ୟୁକ୍ରେନିଆନ୍ ମଡେଲ୍ ଭାଲେରିଆ ଭାଲେରିଏଭ୍ନା ପାଶ୍ଚାତ୍ୟ ଜଗତରେ ବାସ୍ତବ ଜୀବନର ବାର୍ବି ଭାବେ ଜଣାଶୁଣା । ଏହାର କାରଣ ସେ ଦେଖିବାକୁ ବାର୍ବି କଣ୍ଢେଇ ଭଳି । ଭାଲେରିଆଙ୍କ ଉଚ୍ଚତା ୫ ଫୁଟ୍ ୭ ଇଂଚ୍ । ସ୍ଥାପତ୍ୟ ବିଦ୍ୟାରେ ସେ ସ୍ନାତକ ଉତିର୍ଣ୍ଣ ।
ତାଙ୍କ ଚେହେରା ପ୍ରାକୃତିକ । ସେ କେବଳ ଅସ୍ତ୍ରୋପଚାର ଦ୍ୱାରା ନିଜର କୁଚ ଯୁଗଳକୁ ବାର୍ବି ସଦୃଶ କରିଥିବା କହନ୍ତି । ବାର୍ବି ଭଳି ଦିଶିବା ପାଇଁ ସେ ସ୍ୱତନ୍ତ୍ର ମେକ୍-ଅପ୍ କରନ୍ତି ଏବଂ କଂଟାକ୍ଟ ଲେନ୍ସ ପିନ୍ଧନ୍ତି । ଭାଲେରିଆଙ୍କ ବୟସ ପଂଚତିରିଶ ବର୍ଷ । ସେ ବିବାହିତା । ତେବେ ସନ୍ତାନ ଲାଭ ପାଇଁ ତାଙ୍କର ଇଚ୍ଛା ନାହିଁ । ଏପରିକି ପାରିବାରିକ ଜୀବନଶୈଳୀ ମଧ୍ୟ ତାଙ୍କର ପସନ୍ଦ ନୁହେଁ । ତାଙ୍କ ମିଜାଜ୍କୁ ନେଇ ବ୍ୟବସାୟୀ ପତିଙ୍କର କୌଣସି କ୍ଷୋଭ ନାହିଁ ।
ତନୁପାତଳୀ ରହିବା ପାଇଁ ସେ ବେଶ୍ କିଛି ବର୍ଷ ହେଲା ଶାକାହାରୀ ଖାଦ୍ୟ ଖାଉଛନ୍ତି । ସେ ମୁଖ୍ୟତଃ ତରଳ ଖାଦ୍ୟ ଖାଆନ୍ତି । କିଛି ବର୍ଷ ତଳେ ବିନା ଖାଦ୍ୟ ଓ ଜଳରେ କେବଳ ବାୟୁ ଏବଂ ଆଲୋକ ମାଧ୍ୟମରେ ବଂଚିବା ଅଭ୍ୟାସ କରିଥିଲେ । ଓଜନ ଅତ୍ୟଧିକ ହ୍ରାସ ପାଇବାରୁ, ସେହି ପନ୍ଥା ତ୍ୟାଗ କରିଥିଲେ । ଏବେ ତାଙ୍କ ଓଜନ ୪୫ କିଲୋଗ୍ରାମ୍ ।
Powered by Froala Editor