ଶିଶୁଭବନ ଛକରେ ଅଭାବନୀୟ ଘଟଣା: ହୋର୍ଡିଂ ଟାୱାର ଉପରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ବର ଶିଶୁଭବନ ଛକରେ ଅଭାବନୀୟ ଘଟଣା । ପୁଣି ଜଣେ ଯୁବକ ହୋର୍ଡିଂ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନା ପରେ ଅଗ୍ନିଶମ କର୍ମଚାରୀଙ୍କ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୨ ଘଣ୍ଟାର ଉଦ୍ୟମ ପରେ ଟାୱାର ଉପରୁ ଯୁବକଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
ଜଣେ ଯୁବକ ଭୁବନେଶ୍ୱର ଶିଶୁଭବନ ଛକରେ ଥିବା ବଡ଼ ହୋର୍ଡିଂ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ଯୁବକ ଜଣଙ୍କ କଣ ପାଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ତାହାର କାରଣ ଜଣାପଡିନାହିଁ। ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଯୁବକଙ୍କୁ ହୋର୍ଡିଂ ଟାୱାରରୁ ତଳକୁ ଓହ୍ଲାଇବାରେ ସକ୍ଷମ ହୋଇଛି। ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ତେବେ ଯୁବକଙ୍କୁ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ତେବେ ଯୁବକ ଜଣ ଜଣେ ଡ୍ରାଇଭର ବୋଲି ଜଣାପଡିଛି। ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।
Powered by Froala Editor