ସ୍ୱପ୍ନରେ ପଦ୍ମ ଫୁଲ ଦେଖିଛନ୍ତି କି...ବଦଳିପାରେ ଭାଗ୍ୟ

ପ୍ରାୟ ଅଧିକାଂଶ ବ୍ୟକ୍ତି ସ୍ୱପ୍ନ ଦେଖନ୍ତି । ଏହା ଏକ ନିତିଦିନିଆ କଥା । ଏଥିରେ କିଛି ବ୍ୟତିବ୍ୟସ୍ତ ହେବାର ନାହିଁ । କାରଣ ରାତିରେ ସ୍ୱପ୍ନ ଦେଖିବା ସାଧାରଣ ବୋଲି କୁହାଯାଇଛି । ହେଲେ ଏଥିରେ ରହିଛି ଶୁଭ ଓ ଅଶୁଭ ସଙ୍କେତ । ଯାହାକି ଅନେକଙ୍କୁ ଜଣାନଥିବ । ସେହିପରି କେଉଁ ସମୟରେ ସ୍ୱପ୍ନ ଦେଖିଲେ ତାହା ସତ ହୋଇଥାଏ ତାହା ମଧ୍ୟ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଯଦି କୌଣସି ବ୍ୟକ୍ତି ସ୍ୱପ୍ନରେ ପଦ୍ମ ଫୁଲ ଦେଖିଥିବେ ତେବେ ତାହା ଅତ୍ୟନ୍ତ ଶୁଭ । ଏହାଦ୍ୱାରା ଲକ୍ଷ୍ମୀ ଦେବୀ ଆସନ୍ତି ବୋଲି ଭାବନା ରହିଛି । କେବଳ ସେତିକି ନୁହେଁ, ଏହାଦ୍ୱାରା ଅନେକ କିଛି ଫାଇଦା ମିଳିଥାଏ ।
ସ୍ୱପ୍ନ ଶାସ୍ତ୍ର ଅନୁସାରେ, ଯଦି କୌଣସି ବ୍ୟକ୍ତି ରାତି ସ୍ୱପ୍ନରେ ବାରମ୍ବାର ପଦ୍ମ ଫୁଲ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ଏଥିସହିତ ଭବିଷ୍ୟତକୁ ନେଇ ମଧ୍ୟ ଅନେକ ଶୁଭ ସଂକେତ ଦେଇଥାଏ । ଏହାର ଅର୍ଥ ହେଉଛି ସେହି ବ୍ୟକ୍ତି ଖୁବ୍ ଶୀଘ୍ର ଧନବାନ ହେବାକୁ ଯାଉଛନ୍ତି । ସେ ବିଭିନ୍ନ ଉପୟରେ ରୋଜଗାର କରିବେ । ସ୍ୱପ୍ନରେ ପଦ୍ମ ଫୁଲ ଦେଖିବା ଜ୍ଞାନ ଦୃଷ୍ଟିରୁ ବହୁତ ଶୁଭ ହୋଇଥାଏ । କାରଣ ବୁଦ୍ଧି ଜ୍ଞାନ ଏବଂ ଧନର ଦେବୀ ମା ଲକ୍ଷ୍ମୀ ସର୍ବଦା ପଦ୍ମ ଫୁଲ ଉପରେ ବିରାଜମାନ ରହିଥାନ୍ତି । ତେଣୁ ସ୍ୱପ୍ନରେ ପଦ୍ମ ଫୁଲ ଦେଖିଲେ ଜ୍ଞାନ ଏବଂ ଧନ ପ୍ରାପ୍ତିର ସଂକେତ ମିଳିଥାଏ । ଏଥିସହିତ ସଫଳତାର ଆଉ ଏକ ନୂତନ ଦ୍ୱାର ଖୋଲି ଯାଇଥାଏ । ଯଦି କୌଣସି ଅସୁସ୍ଥ ବ୍ୟକ୍ତି ସ୍ୱପ୍ନରେ ପଦ୍ମ ଫୁଲ ଦେଖନ୍ତି ତେବେ ଏହାର ଅର୍ଥ ହେଉଛି ସେ ଖୁବ୍ ଶୀଘ୍ର ରୋଗ ମୁକ୍ତ ହେବାକୁ ଯାଉଛନ୍ତି । ଏପରି ଅନେକ କିଛି ଫଳପ୍ରଦ ମିଳେ ବୋଲି ଶାସ୍ତ୍ରରେ କୁହାଯାଇଛି ।
Powered by Froala Editor