ବସ୍କୁ ପଛପଟୁ ଧକ୍କା ଦେଲା ଟ୍ରକ, ହେଲପର ମୃତ
ପାଲଲହଡା: ଅନୁଗୁଳ ଜିଲ୍ଲା ଡିମିରିଆ ଛକ ନିକଟରେ ବସ୍କୁ ପଛପଟୁ ଧକ୍କା ଦେଇଛି ଟ୍ରକ । ଫଳରେ ଘଟଣାସ୍ଥଳରେ ବସ୍ ହେଲପରଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ବସ୍ ଯାତ୍ରୀ ଆହତ ହୋଇଛନ୍ତି । ବୁଧବାର ଭୋର୍ ୩ଟା ସମୟରେ ବାଲେଶ୍ୱରରୁ ବରଗଡ ଯାଉଥିବା ରାମଜୀ ନାମକ ଯାତ୍ରୀବାହୀ ବସ ଡ଼ିମିରିଆ ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲପର ବସର ଚକ ଯାଞ୍ଚ କରୁଥିବା ବେଳେ ପଛପଟୁ ଆସୁଥିବା ଏକ ଲୁହା ପଥର ବୋଝେଇ ଟ୍ରକ୍ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଲେଶ୍ୱର ଜିଲ୍ଲା ସହାଦେବ ଖୁଣ୍ଟା ଦରଜୀ ପୋଖରୀ ଛକ ଅଂଚଳର ପ୍ରଶାନ୍ତ ମିଶ୍ରଙ୍କ ମୃତ୍ୟୁ ଘଟିଛି । ଏହା ସହିତ ପାଞ୍ଚ ଜଣ ବସ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।
ପାଲଲହଡା ପୋଲିସ ଓ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିବା ସହିତ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ପାଲଲହଡା ପୋଲିସ ଗାଡି ଦୁଇଟିକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor