ବର୍ଷାଙ୍କୁ ହାତଯୋଡି ନେହୁରା ହେଲେ ଅନୁଭବ, ଜାଣନ୍ତୁ କିହିଁକି?
ଭୁବନେଶ୍ବର: ଅଭନେତା ତଥା ସାଂସଦ ଅନୁଭବଙ୍କ ବାପା ଗୁରୁତର ଅସୁସ୍ଥ ହୋଇ ବର୍ତ୍ତମାନ ଆଇସିୟୁରେ ରହି ଚିକିତ୍ସିତ ହେଉଛନ୍ତି। ଏଭଳି ସମୟରେ ବର୍ଷାଙ୍କୁ ଅନୁଭବ ଲୁହ ଛଳ ଛଳ ହୋଇ ମାମଲା ସାରିବାକୁ ଅନୁରୋଧ କରିଛନ୍ତି। ବାପା ଅସୁସ୍ଥ ଥିବାରୁ ଶୀଘ୍ର ମାମଲା ସାରିଦେବାକୁ ପତ୍ନୀ ବର୍ଷାଙ୍କୁ ସାଂସଦ ଅନୁଭବ ଟୁଇଟ କରିଛନ୍ତି । ବାପା ଗୁରୁତର ଅସୁସ୍ଥ ହୋଇ ଆଇସିୟୁରେ ଅଛନ୍ତି । ଏଭଳି ଅସମୟରେ ଆଇନ ଗତ ଲଢେଇ ସମାପ୍ତ କରି ମାନବିକତା ଦେଖାଇବାକୁ ଅନୁଭବ ବର୍ଷାଙ୍କୁ ହାତଯୋଡି ନେହୁରା ହୋଇଛନ୍ତି । ବାପାଙ୍କୁ ଶାନ୍ତିରେ ନିଶ୍ୱାସ ମାରିବାକୁ ଦିଅନ୍ତୁ ବୋଲି ଅନୁଭବ ଟୁଇଟରେ ଲେଖିଛନ୍ତି ।
Powered by Froala Editor