ମେଟା କରିବ ବଡ଼ ଛଟେଇ : ୧୧ ହଜାର ଯାଇଥିଲେ, ପୁଣି ଚାକିରି ହରାଇବେ ୧୦ ହଜାର

ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକର ମୂଳ କମ୍ପାନୀ ମେଟା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି । ଖବର ମୁତାବକ, କମ୍ପାନୀ ଏକସଙ୍ଗେ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିବାକୁ ଯାଉଛି । ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବାର ଚାରି ମାସ ପରେ ଆଉ ୧୦ ହଜାର ଚାକିରି ହ୍ରାସ କରିବ ବୋଲି ମେଟା କହିଛି। ତେବେ ମେଟା ହେଉଛି ପ୍ରଥମ ବଡ ଟେକ୍ କମ୍ପାନୀ ଯାହାକି ଦ୍ୱିତୀୟ ପର୍ଯ୍ୟାୟ ଛଟେଇ ଘୋଷଣା କରିଛି।
ଏଥିସହିତ ଆଗାମୀ ଦିନରେ ମେଟା ୫ ହଜାର ଓପନ ଜବ ପ୍ଲାନକୁ ମଧ୍ୟ ସମାପ୍ତ କରିଦେଇଛି । ଏହାର ଅର୍ଥ ହେଉଛି କର୍ମଚାରୀଙ୍କ ଚାକିରି ଯିବା ସହିତ ଭର୍ତ୍ତି ମଧ୍ୟ ହେବ ନାହିଁ । ସିଇଓ ମାର୍କ ଜୁକରବର୍ଗ କର୍ମଚାରୀମାନଙ୍କୁ ଏକ ବାର୍ତ୍ତାରେ କହିଛନ୍ତି ଯେ ଆମେ ଆମ ଟିମ୍ରୁ ପ୍ରାୟ ୧୦,୦୦୦ କର୍ମଚାରୀ ଯାଏ ହ୍ରାସ କରୁଛୁ। ଏଥିସହ ପ୍ରାୟ ୫,୦୦୦ ଅନୁପଯୁକ୍ତ ପଦବୀ ବନ୍ଦ କରୁଛୁ।
Powered by Froala Editor