୪ ଜିଲ୍ଲାରେ ଶୁଭିଲା ପ୍ରଚଣ୍ଡ ଶବ୍ଦ

କେନ୍ଦୁଝର, ଭଦ୍ରକ, ବାଲେଶ୍ବର ଓ ସୁନ୍ଦରଗଡ଼ରେ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଛି। ପ୍ରଚଣ୍ଡ ଶବ୍ଦ ହେବା ଫଳରେ ଏହି ସବୁ ଅଞ୍ଚଳର କିଛି ଘର କବାଟ ଥରିଥିଲା ଭୟରେ ଲୋକାମନେ ଘର ଭିତରୁ ବାହାରକୁ ବାହାରି ଆସିଥିଲେ ।
ଏହା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ଏହି ଭଳି ଘଟଣା ହୋଇଛି । ବାରମ୍ବର ଏଭଳି ଘଟଣା ଘଟୁଥିବା ଲୋକ କହୁଥିବା ବେଳେ ଏହାକୁ ନେଇ କୌଣସି ଯାଞ୍ଚ କରାଯାଉ ନାହିଁ । ଏହା ପୂର୍ବରୁ ବାଲେଶ୍ୱର ଏବଂ ବାରିପଦାରେ ପୁଣି ଥରେ ପ୍ରଚଣ୍ଡ ଶବ୍ଦ ଶୁଭିଥିବାର ସୂଚନା ମିଳି ଥିଲା । ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ । ଭଦ୍ରକ, ଯାଜପୁର ଓ କେନ୍ଦୁଝର ଅଞ୍ଚଳ ମଧ୍ୟ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା । ବଡ଼ ବୋମା ଭଳି ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦରେ ସମଗ୍ର ଅଞ୍ଚଳ ଥରିଉଠିଥିଲା । ତେବେ ଏହି ଶବ୍ଦ ପ୍ରକୃତରେ କ’ଣ ଥିଲା, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।
ବାଲେଶ୍ବର କ୍ଷେପଣାସ୍ତ୍ର ଘାଟିରୁ କୌଣସି ପରୀକ୍ଷା କରାଯାଇଛି କି ନାହିଁ ତାହାକୁ ନେଇ ମଧ୍ୟ ଆଶଂଙ୍କା ପ୍ରକାଶ ପାଇଛି। ତେବେ ଏପର୍ଯ୍ୟନ୍ତ କୌଣସି ପ୍ରକୃତ କାରଣ ଜଣାପଡ଼ିନାହିଁ ।
Powered by Froala Editor