୧୫ରୁ ପୁଣି ପଶ୍ଚିମା ଝଡ଼, ଆରମ୍ଭ ହେବ ବର୍ଷା
ଭୁବନେଶ୍ୱର : ୧୫ରୁ ପୁଣି ଗୋଟିଏ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହେବ। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଗତ ଦୁଇ ଦିନ ତଳେ ପଶ୍ଚିମା ଝଡ଼ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ପଶ୍ଚିମା ଝଡ଼ ଯୋଗୁଁ ଏହି ବର୍ଷା ହୋଇଥିବା ବେଳେ ଏହାଦ୍ୱାରା ଅନେକ ସ୍ଥାନରେ ତାପମାତ୍ରା ମଧ୍ୟ ହ୍ରାସ ହୋଇଛି। ହେଲେ ରବିବାରଠାରୁ ପଶ୍ଚିମା ଝଡ଼ ପ୍ରଭାବ କମିବା ସହି ପୁଣି ଥରେ ତାପମାତ୍ରା ବୃଦ୍ଧି ପାଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୧୫ ତାରିଖରେ ପଶ୍ଚିମା ଝଡ଼ ପ୍ରକୋପରେ ବର୍ଷା ଆରମ୍ଭ ହୋଇ ୧୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୧୫ରେ ବାଲେଶ୍ୱରରୁ ଗଞ୍ଜାମ ପର୍ୟ୍ୟନ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଯାଜପୁର, କଟକ, ନୟାଗଡ଼, ଖୋଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଆଦିରେ ବର୍ଷାର ପ୍ରକୋପ ରହିବ। ସେହିପରି ୧୬ରେ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ପ୍ରଭାବ ରହିବାକୁ ଥିବାରୁ ୧୦ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ପଶ୍ଚିମା ଝଡ଼ ପ୍ରଭାରେ କନ୍ଧମାଳର ଖଜୁରିପଡ଼ାରେ ୨୭ ମିମି ବର୍ଷା ହୋଇଥିବା ବେଳେ ନବରଙ୍ଗପୁରର ପାପଡ଼ାହାଣ୍ଡିରେ ୨୦ ମିମି ବର୍ଷା ହୋଇଛି।
Powered by Froala Editor