ସମଲିଙ୍ଗୀ ବିବାହକୁ ବିରୋଧ କରି ୫୬ ପୃଷ୍ଠାର ସତ୍ୟପାଠ ଦାଖଲ କଲେ କେନ୍ଦ୍ର ସରକାର

ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦେଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର। ଏନେଇ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ସମସ୍ତ ୧୫ଟି ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର କହିବା ସହ ଏହା ଭାରତୀୟ ପରିବାରର ଚିନ୍ତାଧାରା ବିରୋଧୀ ବୋଲି କହିଛନ୍ତି।
ସତ୍ୟପାଠରେ କୁହାଯାଇଛି ଯେ, ଭାରତୀୟ ପରିବାର ଜଣେ ପୁରୁଷ ଓ ଜଣେ ନାରୀର ସମନ୍ବୟରେ ନେଇ ଗଠିତ। ଏକ ଭାରତୀୟ ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କଠାରୁ ଜନ୍ମ ହୋଇଥିବା ପିଲାମାନଙ୍କର ଚିନ୍ତାଧାରା ସହିତ ସମଲିଙ୍ଗୀ ସମ୍ପର୍କକୁ ତୁଳନା କରାଯାଇପାରିବ ନାହିଁ। ବିବାହର ମାନେ ମୁଖ୍ୟତଃ ବିପରୀତ ଲିଙ୍ଗର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଏକ ମିଳନକୁ ବୁଝାଏ। ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଏବଂ ଆଇନଗତ ଭାବରେ ବିବାହର ଧାରଣା ଏବଂ ଧାରାରେ ଅନ୍ତର୍ଭୁକ୍ତ ହୋଇଛି। ସମଲିଙ୍ଗୀ ବିବାହକୁ ସ୍ୱୀକୃତି ଦେଇ ଏହାକୁ ନଷ୍ଟ କରାଯିବା ଉଚିତ୍ ନୁହେଁ।
କେନ୍ଦ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ୫୬ ପୃଷ୍ଠାର ସତ୍ୟପାଠରେ କୁହାଯାଇଛି ଯେ, ସୁପ୍ରିମକୋର୍ଟ ଓ ହାଇକୋର୍ଟ ସେମାନଙ୍କର ଅନେକ ନିଷ୍ପତ୍ତିରେ ବ୍ୟକ୍ତିଗତ ସ୍ୱାଧୀନତାର ବ୍ୟାଖ୍ୟା ସ୍ପଷ୍ଟ କରିଛନ୍ତି। ଏହି ନିଷ୍ପତ୍ତିଗୁଡିକୁ ଦୃଷ୍ଟିରେ ରଖି ଏହି ଆବେଦନକୁ ମଧ୍ୟ ଖାରଜ କରାଯିବା ଉଚିତ୍। କାରଣ ଏଥିରେ ଶୁଣାଣି କରିବାକୁ କୌଣସି ସତ୍ୟତା ନାହିଁ।
Powered by Froala Editor