ନବୀନ ପାଇଲେ ଗିନିଜ ବୁକ୍ ଅଫ ରେକର୍ଡ ସାର୍ଟିଫିକେଟ
ସୁନ୍ଦରଗଡ଼: ନବୀନଙ୍କ ହାତରେ ବିର୍ସାମୁଣ୍ଡାର ରେକର୍ଡ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇଲେ ଗିନିଜ ବୁକ୍ ଅଫ ରେକର୍ଡ ସାର୍ଟିଫିକେଟ । ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ବିଶ୍ୱର ସର୍ବ ବୃତ ଷ୍ଟାଡିୟମ ହୋଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସାର୍ଟିଫିକେଟ ମିଳିଛି ।
ଗିନିଜ ବୁକ ଅଫ ରେକର୍ଡର ଅଧିକାରୀ ମାନେ ଏହି ପ୍ରମାଣପତ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି । ଗିନିଜ ବୁକ୍ ରେକର୍ଡରେ ସ୍ଥାନ ପାଇଥିଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ । ବିଶ୍ବର ସର୍ବବୃହତ ହକି ଷ୍ଟାଡିୟମ ଭାବେ ରେକର୍ଡ ସୃଷ୍ଟି କରିଛି ବିର୍ସା ମୁଣ୍ଡା ଷ୍ଟାଡିୟମ । ଶୁକ୍ରବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଗିନିଜ୍ କର୍ମକର୍ତ୍ତାଙ୍କଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାନପତ୍ର ଗ୍ରହଣ କରିଛନ୍ତି। ବିଶ୍ୱର ସର୍ବବୃହତ୍ତ ସିଟ୍ ବିଶିଷ୍ଟ ହକି ଷ୍ଟିଡିୟମ ପାଇଁ ଏହି ମାନ୍ୟତା ମିଳିଛି। ଏହି ଷ୍ଟାଡିୟମ୍ରେ ପ୍ରାୟ ୨୦ ହଜାରରୁ ଅଧିକ ଦର୍ଶକ ବସି ମ୍ୟାଚ ଦେଖିପାରିବାର ବ୍ୟବସ୍ଥା ରହିଛି।
Powered by Froala Editor