କୋଭିଡ ଟିକା ତିଆରିରେ ସହାୟତା କରିଥିବା ବୈଜ୍ଞାନିକଙ୍କୁ ବେଲ୍ଡରେ ବାନ୍ଧି ମାରିଦେଲେ

କୋଭିଡ ଟିକା ‘ସ୍ପୁଟନିକ ଭି’ ତିଆରି କରିବାରେ ସହାୟତା କରିଥିବା ରୁଷ ବୈଜ୍ଞାନିକ ଆନ୍ଦ୍ରେ ବୋତିକୋଭ୍ଙ୍କୁ ହତ୍ୟା କରାଯାଇଛି। ତାଙ୍କୁ ବେଲ୍ଟରେ ବାନ୍ଧି ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ରୁଷ ଗଣମାଧ୍ୟମରେ ପ୍ରକାଶ ପାଇଛି। ଆନ୍ଦ୍ରେ ବୋତିକୋଭ୍ଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ଅଭିଯୁକ୍ତକୁ ଗିରଫ କରାଯାଇଛି।
ଅଭିଯୁକ୍ତ ହେଲେ ଜଣେ ୨୯ ବର୍ଷୀୟ ଯୁବକ। ବୋତିକୋଭ୍ଙ୍କ ସହ ଯୁକ୍ତିତର୍କ ଘଟି ତାଙ୍କ ଗଳାରେ ବେଲଟ୍ ବାନ୍ଧି ଅଭିଯୁକ୍ତ ହତ୍ୟା କରିଥିବା ପୁଲିସ କହିଛି। ବ୍ୟକ୍ତିଗତ ବିବାଦରୁ ଏହି ଅପରାଧ ସଂଘଠିତ ହୋଇଥିବା ତଦନ୍ତକାରୀ ସଂସ୍ଥା କହିଛି।
୪୭ ବର୍ଷୀୟ ଆନ୍ଦ୍ରେ ଗାମାଲେୟା ନ୍ୟାସ୍ନାଲ୍ ରିସର୍ଚ ସେଣ୍ଟର୍ ଫର୍ ଇକୋଲୋଜି ଆଣ୍ଡ୍ ମ୍ୟାଥ୍ମେଟିକ୍ସ୍ରେ ବରିଷ୍ଠ ଗବେଷକ ଭାବେ କାର୍ଯ୍ୟ କରୁଥିଲେ । କୋଭିଡ୍ ଟିକା ଉପରେ କାର୍ଯ୍ୟ ନିମନ୍ତେ ୨୦୨୧ରେ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ତାଙ୍କୁ ‘ଅର୍ଡର୍ ଅଫ୍ ମେରିଟ୍ ଫର୍ ଦି ଫାଦର୍ଲାଣ୍ଡ୍’ରେ ସମ୍ମାନିତ କରିଥିଲେ।
Powered by Froala Editor