ଭୟଙ୍କର ଦୁର୍ଘଟଣା: ଚାଲିଗଲା ୭ ଜୀବନ

ନୂଆଦିଲ୍ଲୀ: ହରିୟାଣା ଅମ୍ବାଲାରେ ଭୟଙ୍କର ଦୁର୍ଘଟଣା । ଆଖିପିଛୁଲାକେ ଚାଲିଗଲା ୭ଜଣଙ୍କ ଜୀବନ ।
ଖବର ଅନୁଯାୟୀ, ହରିୟାଣା ଅମ୍ବାଲା ଯମୁନା ନଗର-ପଞ୍ଚକୁଲା ଜାତୀୟ ରାଜପଥରେ ଏକ ବସ୍ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ଗାଡିରେ ଯାତ୍ରୀଙ୍କ ମଧ୍ୟରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ କିଛି ଯାତ୍ରୀଙ୍କ ଅବସ୍ଥା ଅତ୍ୟଧିକ ଗୁରୁତର ଥିବା ସୂଚନା ରହିଛି ।
ସେପଟେ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Powered by Froala Editor