ଏହାର ଅଧିକ ସେବନ ଶରୀର ଉପରେ ପକାଇଥାଏ ଖରାପ ପ୍ରଭାବ

ଶରୀରକୁ ସୁସ୍ଥ ରଖିବା ସହ ଶରୀରିକ ସମସ୍ୟାର ସମାଧାନ ପ।।ଇଁ ଘରୋଇ ଉପଚାର ହୋଇଥାଏ ସବୁଠୁ ବେଷ୍ଟ । ଗୋଟା ମସଲାକୁ ଭାରତରେ ବହୁଳ ଭାବେ ବ୍ୟବହାର କରାଯାଏ । ଖାଦ୍ୟଠୁ ଆରମ୍ଭ କରି ଶାରୀରିକ ସମସ୍ୟା ସମାଧାନ ପାଇଁ ଆମେ ଏହାକୁ ସେବନ କରିଥାଉ । ତେବେ ଆପଣ ଜାଣିଛନ୍ତି କି ଏହାର ଅଧିକ ସେବନ ଦ୍ୱାରା ଶରୀର ଉପରେ ଏହା ଖରାପ ପ୍ରଭାବ ପକାଇଥାଏ । ଚାଲନ୍ତୁ ଜାଣିବା ସେ ସଂପର୍କରେ..
ଏହାର ଅଧିକ ସେବନ ଦ୍ୱାରା ଅନ୍ତନାଡୀ ଉପରେ ଏହାର ଖରାପ ପ୍ରଭାବ ପଡେ ।
ଏହା ଦ୍ୱାରା ଶରୀରରେ ଜ୍ୱଳନ ସମସ୍ୟା ଦେଖାଯାଏ ।
- ରକ୍ତ ପତଳା ହୋଇଯାଏ ।
- ଏହାଦ୍ୱାରା ଆଲର୍ଜି ହେବାର ସମ୍ଭାବନା ରହିଥାଏ ।
- ଏହାକୁ ଅଧିକ ଖାଇଲେ ଏହା ଶରୀରକୁ ଗରମ କରିଦିଏ । ଫଳରେ ମୁହଁରେ ସମସ୍ୟା ଦେଖାଯାଏ ।
ତେବେ ଲବଙ୍ଗ ଶରୀର ପାଇଁ ହୋଇଥାଏ ବେଶ ଲାଭଦାୟକ । ଏହାକୁ ତେଲ ବା ଆଣ୍ଟିସେପ୍ଟିକ ରୂପରେ ବ୍ୟବହାର କରାଯାଏ । ଚାଲନ୍ତୁ ଜାଣିବା ଏହାର ଫାଇଦା ସଂପର୍କରେ..
ଦାନ୍ତରେ ଯନ୍ତ୍ରଣା ଅନୁଭବ ହେଲେ ଏହାର ବ୍ୟବହାର ଔଷଧ ରୂପେ କରାଯାଏ । ତେଣୁ ଲବଙ୍ଗ ଥିବା ପେଷ୍ଟକୁ ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଏ ।
- କାଶ ଓ ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ଏହାକୁ ସେବନ କରିବା ଉଚିତ ।
- ଏହା ଶରୀରରେ ଥଣ୍ଡାକୁ କମାଇଥାଏ । ମହୁ ସହିତ ଏହାକୁ ଆପଣ ଖାଇପାରିବେ ।
- ଲୋକଙ୍କ ଷ୍ଟ୍ରେସ କମାଇବାରେ ଏହା ସାହାଯ୍ୟ କରିଥାଏ । ମାନସିକ ସ୍ତରରେ ଶାନ୍ତି ପ୍ରଦାନ କରିଥାଏ ।
- ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଶରୀର ପାଇଁ ଲାଭଦାୟକ ହୋଇଥାଏ ।
Powered by Froala Editor