ବ୍ରାଉନସୁଗର ଜବତ କଲା ସ୍ୱତନ୍ତ୍ର ସ୍କ୍ୱାଡ୍, ଭଦ୍ରକର ଯୁବକ ଗିରଫ

କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ରେ ସମ୍ବଲପୁରରୁ ଆସିଥିବା ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ ପକ୍ଷରୁ ଚଢ଼ଉ କରାଯାଇଛି । ଗିରଫ ଯୁବକଙ୍କ ନିକଟରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ୫୪ ଗ୍ରାମ ବ୍ରାଉନସୁଗାର୍ ଜବତ କରିଛି । ଗିରଫ ଅଭିଯୁକ୍ତ ଭଦ୍ରକ ଥାନା ଅପର୍ତିବିନ୍ଧା ଅଂଚଳର ରବିନ୍ଦ୍ର କୁମାର ବାରିକ(୨୦) । ଅଭି୍ଯୁକ୍ତ ହାଟଡିହି ବ୍ଲକ୍ ନନ୍ଦିପଦା ଥାନା ଓରାଳି ନିକଟରେ ଚାଲି ଚାଲି ଯାଉଥିବା ସମୟରେ ଗିରଫ କରାଯାଇଛି । ସ୍ପେଶାଲ କେସ୍ ନଂ ୮/୨୩ ରେ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତକୁ ଆନନ୍ଦପୁର କୋର୍ଟରେ ହଜାର କରାଯାଇଥିଲା । ସ୍ୱତନ୍ତ୍ର ସରକାରୀ ଆଇନଜୀବୀ ବାଇଧର ସେଠିଙ୍କ ଯୁକ୍ତି ବଳରେ ଅଭିଯୁକ୍ତଜୁ ୧୫ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ସ୍ଥାନାନ୍ତର କରାଯାଇଛି । ତେବେ ସ୍ୱତନ୍ତ୍ର ସ୍କ୍ୱାଡ ଦ୍ୱାରା ବ୍ରାଉନସୁଗର ଜବତ ହେବା ସ୍ଥାନୀୟ ପୁଲିସର କାର୍ଯ୍ୟଦକ୍ଷତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Powered by Froala Editor