ସମୁଦ୍ରକୂଳରେ ହଜାର ହଜାର ମଲା ମାଛ
ପୁରୀ ସମୁଦ୍ରକୂଳରେ ପଡିଛନ୍ତି ହଜାର ହଜାର ମଲା ମାଛ । ଏତେ ମାଛ ମରିବାର କାରଣ ଜଣାପଡିନାହିଁ । ଏହାକୁ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ମାଛ ମଡ଼କକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ତେବେ ଏହି ମାଛ ଗୁଡ଼ିକ ଡିସ୍କୋ କୋକଲି ପ୍ରଜାତିର ହୋଇଥିବା ବେଳେ ଏହାର ମୃତ୍ୟୁର ପ୍ରକୃତ କାରଣକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି । ବାତ୍ୟା ପୂର୍ବରୁ ଏହାର ପ୍ରଭାବରେ ମାଛ ମଡ଼କ ହୋଇଥିବା କହୁଥିବା ବେଳେ କେହି କେହି ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ଦେଖାଯାଇଥିବା ମତ ରଖିଛନ୍ତି। ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ ବର୍ତ୍ତମାନ ଲକ୍ଡାଉନ୍ ସମୟରେ ରପ୍ତାନୀ ହୋଇପାରୁନଥିବା ହେତୁ ମସ୍ୟଜୀବୀମାନେ ଏହାକୁ ଫୋପାଡ଼ି ଦେଉଥିବା ଅନୁମାନ କରାଯାଉଛି ।
Powered by Froala Editor