ପରକୀୟା ପ୍ରୀତିରେ ପାଗଳ ହୋଇଗଲା ସ୍ତ୍ରୀ, ସ୍ୱାମୀ ଓ ଶାଶୂକୁ କାଟି ଟିକ୍ଟିକ୍ କରିଦେଲା

ପରପରୁଷ ପ୍ରେମରେ ପଡ଼ିଥିବା ସ୍ତ୍ରୀ ସ୍ବାମୀ ଓ ଶାଶୂଙ୍କୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା। ଆସାମର ଗୁଆହାଟି ନୁନମାତିରେ ଘଟିଛି ଏ ବୀଭତ୍ସ ଘଟଣା । ବନ୍ଦନା କାଲିତା ନାମ୍ନୀ ଜଣେ ମହିଳା ତାଙ୍କ ସ୍ବାମୀ ଅମରଜ୍ୟୋତି ଦେ ଓ ଶାଶୂ ଶଙ୍କରୀ ଦେଙ୍କୁ ହତ୍ୟା କରିଥିବା କହିଛି ପୋଲିସ । ହତ୍ୟା ପରେ ସେମାନଙ୍କୁ ଖଣ୍ଡଖଣ୍ଡ କରିଦିଆଯାଇ ଖଣ୍ଡଗୁଡିକୁ ଫ୍ରିଜରେ ସେମାନେ ରଖିଦେଇଥିଲେ । ପରେ ଶରୀର ଅଂଶଗୁଡିକୁ ମେଘାଳୟର ଚେରାପୁଞ୍ଜି ନିଆଯାଇ ସେଠାରେ ଫୋପଡା ଯାଇଥିଲା ।
ଏ ସବୁ କାମରେ ବନ୍ଦନାଙ୍କୁ ତାଙ୍କ ପ୍ରେମିକ ହିଁ ସାହାଯ୍ୟ କରିଥିଲେ। ଗତବର୍ଷ ଅଗଷ୍ଟ ୧୭ରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଚଳିତ ବର୍ଷ ଫେବୃଆରୀ ୧୯ରେ ସାମ୍ନାକୁ ଆସିଥିଲା। ଅଭିଯୁକ୍ତ ବୋହୂ ଅପରାଧ ସ୍ୱୀକାର କରିଛି।
ଅଗଷ୍ଟ ୧୭ରେ ସ୍ୱାମୀ ଓ ଶାଶୁଙ୍କୁ ହତ୍ୟା ପରେ ଭଡ଼ା ଘରୁ ବାହାରକୁ ଯାଇଥିଲେ ବନ୍ଦନା । ପରେ ଅଗଷ୍ଟ ୨୧ରେ ଘରକୁ ଆସି ସଫାସୁତୁରା କରିଥିଲେ। ଫ୍ରିଜ୍ରୁ ମୃତଦେହ ଖଣ୍ଡ ଗୁଡ଼ିକୁ ନେଇ ମେଘାଳୟର ଦ୍ୱାକି ଟାଉନରେ ଫିଙ୍ଗିଥିଲେ। ଏଥିପାଇଁ ତାଙ୍କୁ ତାଙ୍କର ପାର୍ଟନର ଓ ଜଣେ ସାଙ୍ଗ ସାହାଯ୍ୟ କରିଥିଲେ ବୋଲି ବନ୍ଦନା କହିଛନ୍ତି।
Powered by Froala Editor