ମାଡିଗଲା ବାଲି ବୋଝେଇ ହାଇୱା ଟ୍ରକ୍, ଶ୍ରମିକ ମୃତ
କେନ୍ଦ୍ରାପଡ଼ା : ହାଇୱା ଚାପାରେ ଶ୍ରମିକଙ୍କ ମୃତ୍ୟୁ। କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର ବାଲି ଘାଟରେ ଏହି ଦୁର୍ଘଟଣା ଘଟିଛି। ଏକ ବାଲି ବୋଝେଇ ହାଇୱା ଟ୍ରକ୍ ମାଡିଯିବାରୁ ଘଟଣାସ୍ଥଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।
ସୂଚନାନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ବସପୁର ବାଲି ଘାଟରୁ ଏକ ହାଇୱା ଟ୍ରକ୍ ବାଲି ନେଇ ବାହାରୁଥିବା ବେଳେ ଜଣେ ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଆରିପଦା ଗାଁର ଲକ୍ଷ୍ମଣ ମଲ୍ଲିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ ବାଲି ଖାଦାନର ଅସ୍ଥାୟୀ ଛପର ଘରେ ନିଆଁ ଲଗାଇ ଦେଇଛନ୍ତି।
Powered by Froala Editor