୬ ରୁ ୮ ନିୟୁତ ଲୋକ କରୋନାରେ ପ୍ରାଣ ହରାଇଥିବା ଆକଳନ

ଜେନିଭା: କରୋନା ଯୋଗୁ ସମଗ୍ର ବିଶ୍ୱରେ ଯେତିକି ଲୋକ ପ୍ରାଣ ହରାଇଛନ୍ତି ବୋଲି କୁହାଯାଉଛି, ପ୍ରକୃତ ମୃତକଙ୍କ ସଂଖ୍ୟା ତା’ଠାରୁ ଦୁଇରୁ ତିନି ଗୁଣ ଅଧିକ ହେବ । ଏହି ହିସାବରେ ଆକଳନ କଲେ ବିଶ୍ୱରେ ୬ ରୁ ୮ ନିୟୁତ ଲୋକ କରୋନା ଯୋଗୁ ପ୍ରାଣ ହରାଇଛନ୍ତି ବୋଲି ଆକଳନ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚଓ) ତରଫରୁ ଶୁକ୍ରବାର ଏହି ସୂଚନା ଦିଆଯାଇଛି । ଡବ୍ଲୁ୍ୟଏଚଓ ଦ୍ୱାରା ବିଧିବଦ୍ଧ ଭାବେ ଦିଆଯାଇଥିବା ତଥ୍ୟ ଅନୁସାରେ, ଏ ପର୍ଯ୍ୟନ୍ତ ୩.୪ ନିୟୁତ ଲୋକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି । କିନ୍ତୁ ସଂଗଠନର ସହାୟକ ମହାନିଦେ୍ର୍ଧଶକ ସମୀରା ଆସମା କହିଛନ୍ତି ଯେ ପ୍ରକୃତ ମୃତକଙ୍କ ସଂଖ୍ୟା ଏହାର କେଇ ଗୁଣ ଅଧିକ ବୋଲି ସଂଗଠନ ମନେ କରୁଛି ।
Powered by Froala Editor