ନିକ୍କି ଯାଦବ ହତ୍ୟାକାଣ୍ଡରେ ୫ ଗିରଫ

ନୂଆଦିଲ୍ଲୀ : ନିକ୍କି ଯାଦବ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସାହିଲ ଗେହଲଟଙ୍କ ବ୍ୟତୀତ ତାଙ୍କର ପିତାଙ୍କ ସହ ଆଉ ୫ଜଣ ଲୋକଙ୍କୁ ବି ଗିରଫ କରାଯାଇଛି। ଦିଲ୍ଲୀ ପୁଲିସର କ୍ରାଇମ୍ ବ୍ରାଞ୍ଚ ଏହି ସୂଚନା ଦେଇଛି। ସାହିଲଙ୍କ ପିତା ବିରେନ୍ଦ୍ର ସିଂହଙ୍କୁ ସେତେବେଳେ ଗିରଫ କରାଗଲା , ଯେବେ ପୁଲିସ ଯାଞ୍ଚ ବେଳେ ଜାଣିବାକୁ ପାଇଲା କି ସେ ଜାଣିଥିଲେ କି ତାଙ୍କ ପୁଅ ନିକ୍କିର ହତ୍ୟା କରିଦେଇ ଥିଲେ। ଏହା ବ୍ୟତୀତ ଦୋଷୀ ସାହିଲ ଗେହଲଟଙ୍କ ବନ୍ଧୁ , କଜିନ୍ ଭାଇ ଓ ଭାଇ ସହିତ ଆଉ ୪ ଗିରଫ ହୋଇଛନ୍ତି।
ଉକ୍ତ ମାମଲାରେ ଦିଲ୍ଲୀ ପୁଲିସ ଆଉ ଏକ ଆଶ୍ଚର୍ୟ୍ୟକର ଖୁଲାସା କରି କହିଛି , ଅଭିଯୁକ୍ତ ସାହିଲ ଓ ନିକ୍କି ଅକ୍ଟୋବର ୨୦୨୦ରେ ନୋଏଡାର ଏକ ଆର୍ୟ୍ୟ ସମାଜ ମନ୍ଦିରରେ ଗୁପ୍ତରେ ବିବାହ କରିଥିଲେ। ସାହିଲଙ୍କ ପରିବାର ଏହି ବିବାହରେ ଖୁସି ନଥିଲେ , ଏଥିପାଇଁ ସେ ନିକ୍କିଙ୍କୁ ରାସ୍ତାରୁ ହଟେଇବାକୁ ଚାହୁଁଥିଲେ । ଅନ୍ୟପଟେ ସାହିଲଙ୍କ ପରିବାର ଡିସେମ୍ୱର ୨୦୨୨ରେ ତାଙ୍କ ପାଇଁ ଏକ ବିବାହ ପ୍ରସ୍ତାବ ସ୍ଥିର କଲେ, ଏବଂ ସାହିଲ ପୂର୍ବରୁ ବିବାହ କରିଥିବା କଥା ଝିଅ ପକ୍ଷକୁ ଲୁଚାଇ ଥିଲେ ।
ପୁଲିସ ରିମାଣ୍ଡ ବେଳେ ସାହିଲ ଓ ନିକ୍କିର ବିବାହ ସାର୍ଟିଫିକେଟ୍ ବି ଜବତ କରିଛି। ପୁଲିସ ସୂତ୍ରାନୁସାରେ କହିଛି କି ନିକ୍କିର ମୃତଦେହକୁ ଫ୍ରିଜ୍ରେ ଲୁଚାଇବାରେ ତାର ବନ୍ଧୁ ଓ କଜିନ ଭାଇ ବି ସାହାଯ୍ୟ କରିଥିଲା ।
Powered by Froala Editor