ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ
ହରଭଙ୍ଗା : ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ତୀର୍ଥଯାତ୍ରୀ କାର୍ ଦୁର୍ଘଟଣାଗ୍ରସ୍ତ। ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ୫ ଜଣ ଯାତ୍ରୀ। ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ ଆଡ଼େଣି ଗଡ଼ ଗଣେଶ ବଜାର ଛକ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି।
ସୂଚନାନୁଯାୟୀ, ଜାଗା ଦର୍ଶନ ପାଇଁ ଛତିଶଗଡରୁ ପୁରୀ ଯାଉଥିବା ଏକ ତୀର୍ଥଯାତ୍ରୀ କାର୍ ହରଭଙ୍ଗା ବ୍ଲକ ୫୭ନଂ ଜାତୀୟ ରାଜପଥ ଆଡ଼େଣି ଗଡ଼ ଗଣେଶ ବଜାର ଛକ ନିକଟରେ ଭାରସାମ୍ୟ ହରାଇ ବିଲ ଭିତରକୁ ଖସି ପଡିଛି। ଆଜି ସକାଳ ୭ଟାରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ସମେତ ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଆମ୍ଵୁଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଆଡେଣିଗଡ଼ ଫାଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
Powered by Froala Editor