ନିଶାରେ ନିଆଁ ଲଗାଇଦେଲେ, ଜଳିଗଲା ସାହିର ୪୭ ଘର

ଚାହୁଁ ଚାହୁଁ ଜଳିଗଲା ଗୋଟିଏ ପରେ ଗୋଟିଏ ଘର । ଲୋକେ ହାହାକାର କରୁଥିଲେ ବି କିଛି କରିପାରୁନଥିଲେ । ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପଥରଖମ୍ବ ଗ୍ରାମରେ ଘଟିଛି ଏଭଳି ଅଘଟଣ । ଏଥିରେ ୨୩ ପରିବାରର ୪୭ ବଖରା ଘର ସମ୍ପୂର୍ଣ୍ଣ ପୋଡ଼ିଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦଳିତ ସାହିର ଶରତ ନାଏକ ଘରେ କଳି କରି ନିଆଁ ଲଗାଇ ଦେଇଥିଲେ । ସେ ନିଶାରେ ଚୁର ଥିବାବେଳେ ଏଭଳି କାଣ୍ଡ ଘଟାଇଥିଲେ ।
ହଠାତ୍ ଏକ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେବାରୁ ଲାଗି କି ଥିବା ଅନ୍ୟ ଘରକୁ ନିଆଁ ମାଡ଼ିଯାଇଥିଲା। ତେବେ ଅଗ୍ନିକାଣ୍ଡ ବିଷୟରେ ଜାଣି ସାହିବାସୀ ଜୀବନ ବିକଳରେ ବାହାରି ଆସିଥିଲେ। ହେଲେ ନିଆଁ ଆଁରେ ମୂଲ୍ୟବାନ ଆସବାବପତ୍ର, ଧାନ, ଚାଉଳ, କାଗଜପତ୍ର, ବାଇକ୍, ସୁନା ଅଳଙ୍କାର ସବୁକିଛି ନଷ୍ଟ ହୋଇଯାଇଛି। ଫଳରେ କୌଣସି ସାମଗ୍ରୀ ଉଦ୍ଧାର କରିବାକୁ ସାହିବାସୀ ସୁଯୋଗ ପାଇ ନ ଥିଲେ। କିଛି ସମୟ ମଧ୍ୟରେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଛି।
Powered by Froala Editor