ପୋଲିସ କ୍ଵାର୍ଟରରୁ ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଢେଙ୍କାନାଳ : ମହିଳା କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଢେଙ୍କାନାଳ ରିଜର୍ଭ ଲାଇନ ପୋଲିସ କ୍ଵାର୍ଟରରୁ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ସୁନିତା ନାୟକ। ସେ ଟାଉନ ଥାନା ଅନ୍ତର୍ଗତ ଭିଏଚଏଫ ବିଭାଗରେ କାର୍ୟ୍ୟରତ ଥିଲେ। ତାଙ୍କ ସ୍ଵାମୀଙ୍କ ନାମ ଗଣେଶ୍ଵର ନାୟକ। ସେ ମଧ୍ୟ କନେଷ୍ଟବଳ।
ସୁନିତା ନାୟକ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Powered by Froala Editor