୪ ଓ ୨ ବର୍ଷର ପୁଅଙ୍କୁ ମାରି ଝୁଲି ପଡ଼ିଲା ମା’
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖର ପୁର ପଞ୍ଚାୟତ ଡୁରୁକୁଳିଆ ଗ୍ରାମ ରେ ଘଟିଯାଇଛି ଏକ ହୃଦୟ ବିଦାରକ ଘଟଣା। ଡୁରୁକୁଳିଆ ଗ୍ରାମ ର ଭୀମସେନ ନାଏକ ଙ୍କ ସ୍ତ୍ରୀ କ୍ଷଣପ୍ରଭା ନାଏକ (୩୫) ନିଜର ଦୁଇ ଶିଶୁ ପୁତ୍ର ନନ୍ଦନ (୨ ବର୍ଷ) ଓ ଜନସେନ୍ (୪ ବର୍ଷ) ଙ୍କୁ ହତ୍ୟା କରି ଘର ଭିତରେ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି। ପାରିବାରିକ ଗଣ୍ଡଗୋଳରୁ ମହିଳା ଜଣକ ଏପରି ଚରମ ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।
ସ୍ବାମୀ ଭୀମସେନ ବିଲ କୁ ଯାଇଥିବା ବେଳେ ଆଜି ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣା ପଡ଼ିଛି। ତାଙ୍କର ବଡ଼ ଝିଅ ତପସ୍ଵିନୀ (୬) ସ୍କୁଲ ଛୁଟି ପରେ ଘରକୁ ଫେରି ଦୀର୍ଘ ସମୟ ଧରି ଡ଼ାକିଲେ ମଧ୍ଯ କେହି କବାଟ ନ ଖୋଲି ବାରୁ ତାଙ୍କ ବଡ଼ବାପା ଙ୍କ ଘରକୁ ଯାଇ ଜେଜେମା ଙ୍କୁ ମା ଘର ଖୋଲୁ ନ ଥିବ ଜଣାଇଥିଲେ। ଜେଜେମା ତପସ୍ଵିନୀ ଙ୍କୁ ସାଙ୍ଗରେ ନେଇ ତାଙ୍କ ଘରକୁ ଯାଇ ଘର ଭିତର ପଟୁ ବନ୍ଦ ଥିବା ଦେଖି ଅଘଟଣ ର ଆଶଙ୍କା କରି ଗ୍ରାମବାସୀ ଙ୍କୁ ଡାକିଥିଲେ। ଗ୍ରାମବାସୀ ଘଟଣା ସ୍ଥଳରେ ପହଞ୍ଚି ବନ୍ଦ ଘର ଭିତରେ ଦୁଇ ଶିଶୁ ପୁତ୍ରଙ୍କ ମୃତ ଶରୀର ତଳେ ପଡିଥିବା ଓ କ୍ଷଣପ୍ରଭା ଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖି ଭୀମସେନ ଙ୍କୁ ଜଣାଇବା ସହ ଚମ୍ପୁଆ ପୋଲିସକୁ ଖବର ଦେଇଥିଲେ ।
Powered by Froala Editor