ନିଆଁରେ ପୋଡ଼ି ହୋଇ ଜୁଆଙ୍ଗ ମହିଳା ମୃତ

ତେଲକୋଇ ଥାନା ପାଟଖଳି ଗ୍ରାମରେ ଜଣେ ଜୁଆଙ୍ଗ ଜନଜାତି ମହିଳା ନିଆଁରେ ପୋଡ଼ି ହୋଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି । ମୃତ ମହିଳା ହେଲେ ଲକ୍ଷ୍ମୀଧର ଜୁଆଙ୍ଗ ଙ୍କ ପତ୍ନୀ ଋତେଇ ଜୁଆଙ୍ଗ (୫୦) ।
ସୂଚନା ମୁତାବକ ଗତ ରବିବାର ରାତିରେ ଋତେଇ ଘର ବାରଣ୍ଡାରେ ଶୋଇଥିବା ବେଳେ ପାଖରେ ନିଆଁ ଜାଳି ଶୋଇଥିଲେ । ମଧ୍ୟ ରାତ୍ରୀରେ ଅସାବଧନତା ହେତୁ ଶୋଇ ଥିବା ଶେଯରେ ଓ ପିନ୍ଧିଥିବା ବସ୍ତ୍ରରେ ଅଗ୍ନି ସଂଯୋଗ ହୋଇ ଯାଇଥିଲା । ମହିଳା ଜଣଙ୍କ ଚିତ୍କାର କରିବାରୁ ପରିବାର ଲୋକେ ଉଠି ନିଆଁ ଲିଭାଇବା ସହିତ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ।ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଥିଲେ । ଆଜି ସକାଳେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।
Powered by Froala Editor